ପିପିଲିରେ ୧୧ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା, ପତ୍ନୀଙ୍କ ସହ ଭୋଟ ଦେଲେ ରୁଦ୍ର ମହାରଥି - Voting In Pipili

By ETV Bharat Odisha Team

Published : May 25, 2024, 12:50 PM IST

thumbnail
ଆଜି ପିପିଲିରେ ୧୧ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ପରୀକ୍ଷା, ଭୋଟ ଦେଲେ ରୁଦ୍ର ମହାରଥି (ETV Bharat Odisha)

ପିପିଲି: ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ପିପିଲିରେ ଜାରି ରହିଛି ମତଦାନ । ପିପିଲିର ବିଧାନସଭା ଆସନରେ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ଭୋଟର ନିଜ ମନ ପସନ୍ଦର ନେତାଙ୍କୁ ଭୋଟ ହେଉଛନ୍ତି । ପିପିଲି ଆସନରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ, ବହୁଜନ ସମାଜ ପାର୍ଟିରୁ ଅହେମ୍ମଦ ଖାଁ, ମାନସ ଲୋକଶକ୍ତି ଦଳରୁ ଆରତ ବେହେରା, ଏସ୍‍ୟୁସିଆଇ (କମ୍ୟୁନିଷ୍ଟ) ଦଳରୁ ଦୀନବନ୍ଧୁ ପରିଡା ଓ ସ୍ୱାଧୀନ ଭାବେ ଯୁଧିଷ୍ଠିର ସ୍ୱାଇଁ, ରାଧାମୋହନ, ଶୁଭ୍ରାଂଶୁ କୁମାର ମଲ୍ଲିକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ସେମାନଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । 

ଏହି ସମୟରେ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହରଥୀ ନିଜର ମତ ସାବ୍ୟସ୍ତ କରିଛନ୍ତି । ପିପିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣିଦୋଳ ୧୩୩ ନମ୍ବର ବୁଥରେ ନିଜ ପତ୍ନୀଙ୍କ ସହ ଆସି ମତ ସାବ୍ୟସ୍ତ କରିଛନ୍ତି । ତେବେ ଏହି ସମୟରେ ରୁଦ୍ର ଗଣମାଧ୍ୟମ ସହ କଥାବାର୍ତ୍ତା କରି ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରି ମତଦାନ କରିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି । ସେପଟେ ଲୋକମାନେ ମଧ୍ୟ ଉତ୍ସାହର ସହ ମତଦାନ କରିଛନ୍ତି । 

ସୂଚନା ଥାଉ କି, ନିର୍ବାଚନମଣ୍ଡଳୀର ୨୭୪ଟି ମତଦାନ କେନ୍ଦ୍ରରେ ୧ଲକ୍ଷ ୨୨ହଜାର ୬୮ ଜଣ ପୁରୁଷ, ୧ଲକ୍ଷ ୧୫ହଜାର ୮୮୮ଜଣ ମହିଳା ଓ ୬ଜଣ ଅନ୍ୟ ବର୍ଗର ଭୋଟରଙ୍କୁ ମିଶାଇ ମୋଟ୍ ୨ଲକ୍ଷ ୩୭ହଜାର ୯୬୨ ଜଣ ଭୋଟର ୨୫ ତାରିଖରେ ନିଜର ଭୋଟ ଦେଇ ନିଜ ପସନ୍ଦ ପ୍ରାର୍ଥୀଙ୍କୁ ଚୟନ କରିବେ । ଏହି ନିର୍ବାଚନ ମଣ୍ଡଳୀର ମୋଟ୍‍ ୩୬ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ପିପିଲିରେ ୨୨ଟି ମଡେଲ ବୁଥରେ ଭୋଟ ଦେବେ ଭୋଟର । ସଖୀ ବୁଥ ୨୦ଟି ରହିଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ ଦାଣ୍ଡ ମୁକୁନ୍ଦପୁର ବିଦ୍ୟାଳୟରେ ଆଦର୍ଶ ବୁଥ ଭାବରେ ଚିହ୍ନଟ କରାଯାଇଥିବା ବେଳେ ପିପିଲି ଚାନ୍ଦୁଆକୁ ରୂପରେଖ ଦିଆଯାଇଛି ଉକ୍ତ ବୁଥରେ । ଦରଡା ପ୍ରାଥମିକ ବିଦ୍ୟାଳୟକୁ ଯୁବ ଭୋଟର କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି । ବିଶେଷ କରି ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ପାନୀୟ ଜଳ ବ୍ୟବସ୍ଥା, ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ଧାଡ଼ି ବ୍ୟବସ୍ଥା ସହିତ ମତଦାନ କେନ୍ଦ୍ରରେ ଯୁବପିଢିଙ୍କ ପାଇଁ ସେଲଫି ପଏଣ୍ଟର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ-ବିଜେଡିର ହେବ ବଡ଼ ବିଜୟ 

ଇଟିଭି ଭାରତ, ପିପିଲି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.