ETV Bharat / state

ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ଭିସେରା ରିପୋର୍ଟ; ମୃତ୍ୟୁ ପୂର୍ବରୁ ମଦ୍ୟପାନ କରିଥିଲେ, ପାଣିରେ ବୁଡି ଯାଇଥିଲା ଜୀବନ

author img

By

Published : Apr 25, 2023, 10:26 AM IST

ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା
ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା

ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଆସିଲା ଭିସେରା ରିପୋର୍ଟ । ମୃତ୍ୟୁ ପୂର୍ବରୁ ନିଶାରେ ଥିଲେ ଚିନ୍ମୟୀ । ପାଣିରେ ବୁଡି ପ୍ରାଣ ହରାଇଥିବା ସୂଚନା ଦେଲେ ଏସପି l ଅଧିକ ପଢନ୍ତୁ

ସମ୍ବଲପୁର: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁର ପ୍ରାୟ ଦୁଇ ମାସ ପରେ ଆସିଲା ଭିସେରା ରିପୋର୍ଟ । ମୃତ୍ୟୁ ପୂର୍ବରୁ ନିଶାରେ ଥିଲେ ଚିନ୍ମୟୀ । ସେ ମଦ ପିଇଥିବା ନେଇ ଭିସେରା ରିପୋର୍ଟରୁ ଜଣାପଡିଛି । ସେହିପରି ପାଣିରେ ବୁଡିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଗତ ଫେବୃଆରୀ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ଭିସୁଟର ସମାବର୍ତ୍ତନ ଉତ୍ସବ ସମୟରେ IT ବିଭାଗ ସ୍ନାତକୋତ୍ତର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ସାହୁ ନିକଟସ୍ଥ ବୁର୍ଲା ପାୱାର ଚ୍ୟାନେଲରେ ବୁଡି ପ୍ରାଣ ହରାଇଥିଲେ ।

ଚିନ୍ମୟୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିଲା ନା ତାଙ୍କୁ କେହି ହତ୍ୟା କରିଥିଲେ ତାହା ରହସ୍ୟ ଘରରେ ରହିଥିଲା । ଏହି ମାମଲାରେ ପୋଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ' ଓ ମାନସ ଟୁଡୁଙ୍କୁ ଅଟକ ରଖିବା ସହ ସେମାନଙ୍କ ଲାଏ ଡିଟେକସନ ଟେଷ୍ଟ ମଧ୍ୟ କରାଇଥିଲା । ପରେ ଚିନ୍ମୟୀଙ୍କ ଡାଏଟମ ରିପୋର୍ଟରେ ତାଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତେବେ ପାଣିରେ ବୁଡି ପ୍ରାଣ ହରାଇବା ପୂର୍ବରୁ ଚିନ୍ମୟୀ ପ୍ରଚୁର ଆଲକହଲ ନେଇଥିବା ଏବେ ଭିସେରା ରିପୋର୍ଟରୁ ଜଣାପଡିଛି । ଏନେଇ ସମ୍ବଲପୁର ଏସପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି । ଚିନ୍ମୟୀ ମନକୁ ମନ ପାଣିରେ ଡେଇଁଲେ ନା ତାଙ୍କୁ ପାଣିରେ ଡେଇଁବା ପାଇଁ କେହି ବାଧ୍ୟକଲେ ପୋଲିସ ତାହାର ତଦନ୍ତ କରିବ ବୋଲି ଏସପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭିସୁଟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ପୂର୍ବରୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା । ତାଙ୍କ ଶରୀରରେ ଥିବା ବିଭିନ୍ନ ଦାଗ ହତ୍ୟା ଜନିତ ନୁହେଁ ବୋଲି ଭୀମସାରର ଏଫଏମଟି ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଥିଲା । ତଥାପି ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିଲା । ଏଥିପାଇଁ ପୋଲିସ ପକ୍ଷରୁ ୩ଟି ଟିମ୍ ଗଠନ କରି ଭୁବନେଶ୍ୱର, ବଲାଙ୍ଗୀର ଓ ସୋନପୁରକୁ ତଦନ୍ତ ପାଇଁ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ ହନି ଟ୍ରାପ ମାମଲା, କୋର୍ଟକୁ ଆସିଲେନି ଶ୍ରଦ୍ଧାଞ୍ଜଳି

ଯେହେତୁ ଚିନ୍ମୟୀ ଭୁବନେଶ୍ୱରରେ ରହୁଥିଲେ ତେଣୁକରି ପୋଲିସ ସେଠାକୁ ଯାଇ ଛାନଭିନ କରିଥିଲା । ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଭୁବନେଶ୍ବରସ୍ଥିତ ଘର ସମେତ ବଲାଙ୍ଗୀରରେ ଚିନ୍ମୟୀଙ୍କ ପୈତୃକ ଘରେ ପୋଲିସ ଛାନଭିନ କରିଥିଲା । ସେହି ସମୟରେ ପୁରୁଷ ବନ୍ଧୁ ଏବଂ ତାଙ୍କର ଦୁଇ ଜଣ ସାଙ୍ଗକୁ ଅଟକ ରଖି ପୋଲିସ ପଚରାଉଚରା କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.