ETV Bharat / state

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ପୁଣି ୩ ଓକିଲ ଗିରଫ

author img

By

Published : Dec 18, 2022, 9:38 AM IST

ସମ୍ବଲପୁର ଓକିଲ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ପୁଣି ୩ ଓକିଲ ଗିରଫ । ଅଧିକ ପଢନ୍ତୁ
ସମ୍ବଲପୁର ଓକିଲ ଗିରଫ
ସମ୍ବଲପୁର ଓକିଲ ଗିରଫ

ସମ୍ବଲପୁର ଓକିଲ ଗିରଫ

ସମ୍ବଲପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ବେଳେ ସମ୍ବଲପୁର ବିଚାରପତିଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ଆଉ ୩ ଜଣ ଓକିଲ ଗିରଫ ହୋଇଛନ୍ତି(3 more Sambalpur lawyers arrested for vandalism) । ସେମାନେ ହେଲେ ବିଷ୍ଣୁପ୍ରିୟା ଭୋଇ, ସେବତୀ ବଂଚୋର ଓ ମିଳନ ମହାରଣା । ଆଜି ସମ୍ବଲପୁର ପୋଲିସ ସେମାନଙ୍କୁ ଗିରଫ କରିଛି । ପୂର୍ବରୁ ଏହି ଘଟଣାରେ ୨୩ ଜଣ ଓକିଲ, ଜଣେ ସାଧାରଣ ଲୋକ ଓ ୮ ଜଣ କିନ୍ନର ଗିରଫ ହୋଇଥିଲେ । ଏହାକୁ ମିଶାଇ ଏବେ ସୁଦ୍ଧା ଗିରଫ ହୋଇଥିବା ଓକିଲଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି । ଏହି ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ କେତେକ ଆନ୍ଦୋଳନକାରୀ ପୋଲିସର ସୁରକ୍ଷା ବଳୟ ଭାଙ୍ଗି ଜଜଙ୍କ ଚାମ୍ବରରେ ପଶି ହୋହଲ୍ଲା ଓ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଓ ସଂଗ୍ରହ ହୋଇଥିବା ଭିଡିଓ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬ ଜଣ ଓକିଲଙ୍କ ସମେତ ୩୫ ଜଣ ଗିରଫ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ: ପୁଣି ୧୧ ଓକିଲଙ୍କ ଲାଇସେନ୍ସ ରବ୍ଦ

ପ୍ରକାଶଥାଉ କି, ଓକିଲଙ୍କ ଆନ୍ଦୋଳନ ପରେ ଓଡିଶାର କୌଣସି ସ୍ଥାନରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ । ବିକଶିତ ଜ୍ଞାନକୌଶଳ ଦୃଷ୍ଟିରୁ ଏହି ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସମ୍ବଲପୁର ଏହି ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.