ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ: ପୁଣି ୧୧ ଓକିଲଙ୍କ ଲାଇସେନ୍ସ ରବ୍ଦ

author img

By

Published : Dec 17, 2022, 7:29 AM IST

Updated : Dec 17, 2022, 7:52 AM IST

ପୁଣି ୧୧ ଓକିଲଙ୍କ ଲାଇସେନ୍ସ ରଦ୍ଦ
ପୁଣି ୧୧ ଓକିଲଙ୍କ ଲାଇସେନ୍ସ ରଦ୍ଦ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଘଟଣା । ପୁଣି ରବ୍ଦ ହେଲା ୧୧ ଜଣ ଓକିଲଙ୍କ ଲାଇସେନ୍ସ । ଅଧିକ ପଢନ୍ତୁ

କଟକ/ସମ୍ବଲପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ । ପୁଣି 11 ଜଣ ଓକିଲଙ୍କ ଲାଇସେନ୍ସ ରବ୍ଦ ହୋଇଛି(Licence of protesting lawyers cancel) । ଏହାରୁ ରବ୍ଦ କରିଛି ଭାରତୀୟ ବାର କାଉନସିଲ । ସମ୍ବଲପୁର ସିଭିଲ ବାର କୋର୍ଟର ରେଜିଷ୍ଟାରଙ୍କ ଚିଠି ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିସିଟିଭି ଫୁଟେଜ ଆଧାରରେ ଆନ୍ଦୋଳନକାରୀ ଓକିଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାପରେ ଲାଇସେନ୍ସ ରବ୍ଦ ହୋଇଥିବା ଓକିଲଙ୍କ ସଂଖ୍ୟା 54ରେ ପହଞ୍ଚିଛି ।

ଲାଇସେନ୍ସ ରବ୍ଦ ହୋଇଥିବା ଓକିଲମାନଙ୍କୁ କୋର୍ଟ ପରିସରକୁ ବାରଣ କରାଯାଇଛି । ଏଥିସହ ସମ୍ପୃକ୍ତ ଓକିଲମାନଙ୍କୁ ଜବାବ ତଲବ ହୋଇଛି । ଆସନ୍ତା ଫେବୃଆରୀ 15 ତାରିଖ ସୁଦ୍ଧା ଜବାବ ଦେବା ପାଇଁ ନିର୍ଦ୍ଦେଶ ମିଳିଛି । ଏହାବ୍ୟତୀତ ସମ୍ବଲପୁର କୋର୍ଟରେ ଗଣ୍ଡଗୋଳ ଘଟଣାର ଯାଞ୍ଚ ପାଇଁ ଏକ ଫାକ୍ଟ୍ର ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଫେବୃୟାରୀ 15 ତାରିଖ ସୁଦ୍ଧା ନିଜ ରିପୋର୍ଟ ଦାଖଲ କରିବ ।

ଇଟିଭି ଭାରତ, କଟକ

Last Updated :Dec 17, 2022, 7:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.