ETV Bharat / state

ଜିଏମ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଡିଲିଟ ଡିଗ୍ରୀ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର

author img

By

Published : Apr 13, 2023, 11:54 AM IST

convocation day of gangadhar meher university
convocation day of gangadhar meher university

ଜିଏମ ବିଶ୍ୱ ବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ସମସ୍ତ ମେଡାଲିଷ୍ଟମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

convocation day of gangadhar meher university

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ତୃତୀୟ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଏହି ସମବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୁଳପତି ପ୍ରଫେସର ଏନ ନାଗାରାଜୁ ଓ ଯାଦବପୁର ବିଶ୍ଵବିଦ୍ୟାଳୟର କୂଳପତି ତଥା ଏଆଇୟୁ ସଭାପତି ପ୍ରଫେସର ସୁରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l କୋଭିଡ ପାଇଁ ବନ୍ଦ ରହିଥିବା ବେଳେ ଦୀର୍ଘ ଦୁଇବର୍ଷ ପରେ ଏହି ଉତ୍ସବ ହୋଇଛି ।

ଏହି ଅବସରରେ ରାଜ୍ୟପାଳ ସମସ୍ତ ମେଡାଲିଷ୍ଟମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ନୀତି ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ନିଭାଉଥିବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରମୁଖ ସଚିବ ତଥା ଜିଏମ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ଡ.ପ୍ରମୋଦ ମିଶ୍ରଙ୍କୁ ସମ୍ମାନ ସୂଚକ ଗଙ୍ଗାଧର ମେହେର ଡିଲିଟ ଉପାଧି ପ୍ରଦାନ କରାଯାଇଛି । ଭର୍ଚୁଆଲ ମୋଡ଼ରେ ପ୍ରମୋଦ ମିଶ୍ର ଏହି ଉପାଧି ଗ୍ରହଣ କରିଥିଲେ ।

କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ଧରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସମବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇପାରିନଥିବା ବେଳେ ଏଥର 2020-21 ଓ 21-22 ଶିକ୍ଷା ବର୍ଷ ପାଇଁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ରାଜ୍ୟପାଳ ତଥା କୁଳାଧିପତି ଗଣେଶୀ ଲାଲ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ନିଷ୍ଠାର ସହ ପରିଶ୍ରମ କଲେ ସଠିକ ଫଳ ମିଳେ ବୋଲି କହିଛନ୍ତି ରାଜ୍ୟପାଳ ।

ତୃତୀୟ ସମବର୍ତ୍ତନ ଉତ୍ସବରେ 29ଟି ମେମୋରିଆଲ ମେଡାଲ ସମେତ 214 ଟି ମେଡାଲ ପ୍ରଦାନ କରାଯାଇଛି l ଏହି ଅବସରରେ 37 ଜଣଙ୍କୁ Phd ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ 19 ଜଣ ଛାତ୍ରୀ ଓ 18 ଜଣ ଛାତ୍ର ଅଛନ୍ତି l ଚଳିତ ଥର ମଧ୍ୟ ପଦକ ଓ ପାଇଥିବା ଛାତ୍ରଛାତ୍ରୀମାନେ ବହୁ ପ୍ରଚଳିତ ଗାଉନ ଓ ଟୋପି ପରିବର୍ତ୍ତେ ସମ୍ବଲପୁରୀ ଉତ୍ତରୀୟ ଧରିଥିଲେ l

ପ୍ରିୟଙ୍କା ରାଉତ
ପ୍ରିୟଙ୍କା ରାଉତ
ଏମଫିଲ ବାଣିଜ୍ୟ ବିଭାଗରେ ପ୍ରିୟଙ୍କା ରାଉତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଟପର ହୋଇଛନ୍ତି । ପ୍ରିୟଙ୍କା 2021-22 ମସିହାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅନୁଷ୍ଠିତ ମାଷ୍ଟର ଅଫ ଫିଲୋସୋଫି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ପ୍ରାପ୍ତ ହୋଇଥିଲେ । ଏମଫିଲ-ବାଣିଜ୍ୟରେ ଶ୍ରେଷ୍ଠତା ପ୍ରମାଣ ପତ୍ର ସହ ବିଶ୍ୱବିଦ୍ୟାଳୟ ଟପର ଭାବେ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ପ୍ରିୟଙ୍କା ଏହି ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି । ପ୍ରିୟଙ୍କାଙ୍କର ଏହି ସଫଳତା ତାଙ୍କ ପରିବାର ତଥା କେନ୍ଦୁଝରବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଛି । ତାଙ୍କର ଏହି ସଫଳତା ପାଇଁ ତାଙ୍କର ପରିବାର ଓ ବନ୍ଧୁବର୍ଗଙ୍କ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଇଟିଭି ଭାରତ, ସମ୍ବଲପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.