ETV Bharat / state

ଫ୍ଲାଏଓଭର ଉପରୁ ୫୦ ଫୁଟ ତଳକୁ ପଡିଗଲେ ଛାତ୍ର, ଅବସ୍ଥା ଗୁରୁତର

author img

By

Published : Jan 13, 2023, 10:19 PM IST

ଫ୍ଲାଏଓଭର ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସି ଦଶମ ଶ୍ରେଣୀ ଛାତ୍ର ଗୁରୁତ
ଫ୍ଲାଏଓଭର ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସି ଦଶମ ଶ୍ରେଣୀ ଛାତ୍ର ଗୁରୁତ

ସମ୍ବଲପୁର ସହରରେ ନବନିର୍ମିତ ଫ୍ଲାଏଓଭର ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସି ଦଶମ ଶ୍ରେଣୀ ଛାତ୍ର ଗୁରୁତର । ଉପସ୍ଥିତ ଲୋକେ ଛାତ୍ର ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ବୁର୍ଲା ଭୀମସାର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସେ କିଭଳି ପଡ଼ିଲେ, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଫ୍ଲାଏଓଭର ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସି ଦଶମ ଶ୍ରେଣୀ ଛାତ୍ର ଗୁରୁତ

ସମ୍ବଲପୁର: ନବନିର୍ମିତ ଫ୍ଲାଏଓଭର ବ୍ରିଜ ଉପରୁ ତଳକୁ ଖସି ପଡ଼ିଲେ ସ୍କୁଲ ଛାତ୍ର । ସମ୍ବଲପୁର ସହର ଭିତରେ ନବନିର୍ମିତ ଫ୍ଲାଏଓଭର ବ୍ରିଜ ଉପରୁ ତଳେ ଥିବା ଲକ୍ଷ୍ମୀ ଟକିଜ ଛକରେ ଜଣେ ସ୍କୁଲ ଛାତ୍ର ଖସି ପଡିଥିବା ଜଣାପଡ଼ିଛି । ଛାତ୍ର ଜଣକ ୫୦ ଫୁଟ ତଳକୁ ଖସିପଡି ଭାବେ ଗୁରୁତର ଭାବେ ଆହତ ହୋଇଛନ୍ତି । ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ବୁର୍ଲା ଭୀମସାର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଛାତ୍ର ଜଣକ ଫ୍ଲାଏଓଭର ଉପରୁ ତଳକୁ ଦେଖୁଥିବା ବେଳେ ତଳକୁ ଖସି ପଡିଥିଲେ ବୋଲି କିଛି ଲୋକ କହୁଛନ୍ତି । ତେବେ ଏହା ସ୍ପଷ୍ଟ ହୋଇପାରିନି । ୫୦ ଫୁଟ ଉପରୁ ପଡିଥିବାରୁ ତାଙ୍କ ମୁହଁ ଓ ଛାତିରେ ଗୁରୁତର ଆଘାତ ଲାଗିଛି । ଛାତ୍ର ଜଣକ ପଡ଼ିଯିବାର ଦେଖି କିଛି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ପ୍ରଥମେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭୀମସାର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆହତ ଛାତ୍ର ଜଣକ ସମ୍ବଲପୁର ସାକ୍ଷୀପଡ଼ାସ୍ଥିତ ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି । ସେ ସର୍ଲାକାନୀର ବିନୋଦ କୁଜୁରଙ୍କ ପୁଅ କ୍ଲିଫୋର୍ଡ କୁଜୁର ବୋଲି ପ୍ରାଥମିକ ସୂଚନା ମିଳିଛି । ତେବେ ତାଙ୍କର ସାଇକେଲ ଓଭରବ୍ରିଜ ଉପରେ ପଡ଼ିଥିବାବେଳେ ସେ କିଭଳି ବ୍ରିଜ ଉପରୁ ୫୦ ଫୁଟ ତଳକୁ ପଡିଲେ, ସେନେଇ ଅନେକ ପ୍ରଶ୍ନ ଉଠିଛି । ସେ ସାଇକେଲ ରଖି ତଳକୁ ଦେଖୁଥିବାବେଳେ ଦୁର୍ଘଟଣାବଶତଃ ପଡିଛନ୍ତି, ନା ତାଙ୍କୁ କେହି ଧକ୍କା ଦେଇ ପକେଇ ଦେଇଛି ସେନେଇ ପୋଲିସ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି । ସମ୍ବଲପୁରର ଏହି ନୂତନ ଫ୍ଲାଏଓଭର ନିର୍ମାଣ ପରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଏଥିପାଇଁ ବ୍ରିଜ ଉପରେ ପୋଲିସ ପାଟ୍ରୋଲିଂ ବଢେଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.