ETV Bharat / state

ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ କହିଲେ ସମ୍ବଲପୁର ଏସ୍‌ପି, ମୁଁ ନିର୍ଦ୍ଦୋଷ କହିଲେ ପ୍ରୀତିମାନ

author img

By

Published : Mar 7, 2023, 4:30 PM IST

vss university student chinmayee death case
ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା ନେଇ ପ୍ରତିକ୍ରିୟା ରଖିଲେ ସମ୍ବଲପୁର ଏସପି । ଏହା ହତ୍ୟା ନୁହେଁ, ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଏସପି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା

ସମ୍ବଲପୁର: ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା ନେଇ ଆଜି (ମଙ୍ଗଳବାର) ସମ୍ବଲପୁର ପୋଲିସ ଲାଇ ଡିଟେକ୍ସନ ରିପୋର୍ଟ ପାଇଛି l ଏହି ଘଟଣାକୁ ନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ନିଜ ପ୍ରତିକ୍ରିୟା ରଖିଛନ୍ତି । ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ଏସପି କହିଛନ୍ତି । ତାଙ୍କୁ ହତ୍ୟା କରାଯାଇନଥିବା ନେଇ ଏସପି ସ୍ପଷ୍ଟିକରଣ ରଖିଛନ୍ତି । ସେପଟେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଓ ତାଙ୍କର ବାପା ପ୍ରଣବ କୁମାର ଦେଙ୍କୁ ବୁର୍ଲା ଥାନାରେ ପଚରାଉଚରା କରିବା ସହ ଧାରା 161ରେ ବାୟାନ ରେକର୍ଡ କରି ଛାଡିଦେଇଛି ପୋଲିସ l

ଚିନ୍ମୟୀ ମୃତ୍ୟୁ ଘଟଣା ନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର କହିଛନ୍ତି, " ଏହା ଏକ ହତ୍ୟା ନୁହେଁ । ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟଛି । କିପରି ପାଣିରେ ବୁଡ଼ିଲେ, ସେନେଇ ତଦନ୍ତ ଚାଲିଛି । ଯଦି ଏହା ଆତ୍ମହତ୍ୟା, ଏଥିରେ କାହାର ଭୂମିକା ରହିଛି ତାର ତଦନ୍ତ ଚାଲିଛି । ଏହି ଘଟଣାର ତଦନ୍ତ ଜାରି ରହିଛି । ଭିସେରା ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ।" ଅନ୍ୟପଟେ ଲାଇ ଡିଟେକ୍ସନ ଟେଷ୍ଟରେ ପ୍ରୀତିମାନ ସତ କହିଥିବା ଜଣାପଡ଼ିଛି ବୋଲି ଏସପି କହିଛନ୍ତି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଲାଇ ଡିଟେକ୍ସନ ରିପୋର୍ଟ, ଟେକ୍ନିକାଲ ଓ ଡିଜିଟାଲ ପ୍ରମାଣ, ଛାତ୍ରଛାତ୍ରୀ ବୟାନକୁ ଆଧାର କରି ଏହା ଜଣାପଡିଛି ଯେ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି । ତେବେ ସେହି ଦିନ ସମସ୍ତେ ନିଶାଶକ୍ତ ଥିଲେ l ଆବଶ୍ୟକ ପଡିଲେ ନାର୍କୋ ଟେଷ୍ଟ ହେବ ବୋଲି କହିଛନ୍ତି ଏସପି l

ଅନ୍ୟପଟେ ଆଜି ପୁନଃ ପଚରାଉଚରା ଏବଂ 161ରେ ବାୟାନ ରେକର୍ଡ ପାଇଁ ପ୍ରୀତିମାନଙ୍କୁ ଡକାଯାଇଥିଲା । ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରୀତିମାନ ଏବଂ ତାଙ୍କ ବାପା ପ୍ରଣବ କୁମାର ଦେ । ପ୍ରୀତିମାନର ବାପା ଚିନ୍ମୟୀକୁ ଚିହ୍ନିଥିବା ସ୍ୱୀକାର କରିଛନ୍ତି l ଏନେଇ ପ୍ରଣବ କୁମାର ଦେ କହିଛନ୍ତି, " ମୋ ପୁଅ ନିିର୍ଦ୍ଦୋଷ । ତା' ଉପରେ ମୋର ଯଥେଷ୍ଟ ଭରସା ଅଛି । ପୋଲିସ ତଦନ୍ତ ଚଳାଛି, ସତ୍ୟର ଜୟ ହେବ ନିଶ୍ଚୟ । ପୋଲିସର ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଚିନ୍ମୟୀଙ୍କ ପରିବାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି । " ଅନ୍ୟପଟେ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କଲେ ପ୍ରୀତିମାନ । "ମୁଁ ନିର୍ଦ୍ଦୋଷ , କିଛି କରିନାହିଁ ।" ସତ ପୋଲିସ ଠାରୁ ବୁଝିନେବେ କହିଲେ ପ୍ରୀତିମାନ । ତେବେ ଏହି ଘଟଣା ନେଇ ପ୍ରୀତିମାନ ଓ ତାଙ୍କ ବାପାଙ୍କୁ ଅନ୍ତତଃ ଗୋଟିଏ ସପ୍ତାହ ବୁର୍ଲାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.