ETV Bharat / state

ସମଲେଇ ଯୋଜନା ଉଚ୍ଛେଦ ସର୍ଭେକୁ ବିରୋଧ, SP ଅଫିସ ଘେରାଉ କଲେ ସ୍ଥାନୀୟ ବାସିନ୍ଦା

author img

By

Published : Aug 10, 2021, 7:19 PM IST

ସମ୍ବଲପୁର SP ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା । ସମଲେଇ ଯୋଜନାରେ ଉଚ୍ଛେଦ ପୂର୍ବାରୁ ଥଇଥାନ ଦାବି । SPଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । ଅଧିକ ପଢନ୍ତୁ...

ସମଲେଇ ଯୋଜନା ପାଇଁ ବିନା ଥାଇଥାନରେ ଉଚ୍ଛେଦ ସର୍ଭେକୁ ବିରୋଧ, ଏସପି ଅଫିସ ଘେରାଉ କଲେ ସ୍ଥାନୀୟ ବାସିନ୍ଦା
ସମଲେଇ ଯୋଜନା ପାଇଁ ବିନା ଥାଇଥାନରେ ଉଚ୍ଛେଦ ସର୍ଭେକୁ ବିରୋଧ, ଏସପି ଅଫିସ ଘେରାଉ କଲେ ସ୍ଥାନୀୟ ବାସିନ୍ଦା

ସମ୍ବଲପୁର: ସମଲେଇ ଯୋଜନା ପାଇଁ ଘୁନଘୁଟିପଡା ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ଉଚ୍ଛେଦ ପୂର୍ବରୁ ତାଙ୍କୁ ଥଇଥାନ କରାଯାଉ ବୋଲି ଦାବି କରି ଏହାର ସର୍ଭେ କାର୍ଯ୍ୟକୁ ବିରୋଧ କରି SP ଅଫିସ ଘେରାଉ କଲେ ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର 3 ଜଣ ଯୁବକଙ୍କୁ ପୋଲିସ ବିନା କାରଣରେ ଉଠାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘେରାଉ ସମୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା ।

ସମଲେଇ ଯୋଜନା ପାଇଁ ବିନା ଥାଇଥାନରେ ଉଚ୍ଛେଦ ସର୍ଭେକୁ ବିରୋଧ, ଏସପି ଅଫିସ ଘେରାଉ କଲେ ସ୍ଥାନୀୟ ବାସିନ୍ଦା

ସ୍ଥାନୀୟ ଅଞ୍ଚଳର ପ୍ରାୟ 500 ଲୋକ ଆସି ଏସପିଙ୍କ ଅଫିସ ଘେରାଉ କରିବା ସହ ପୋଲିସ ଉଠାଇ ଆଣିଥିବା ଯୁବକଙ୍କୁ ଛାଡି ଦେବାପାଇଁ ଦାବି କରିଥିଲେ। ଏହା ସହ ଘୁନଘୁଟିପଡାର ଦଳିତଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଜୟବ୍ରତ ଦେଙ୍କୁ ଏତଲା ଦେଲା ପରେ ମଧ୍ୟ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ।

ସମଲେଇ ଯୋଜନା ପାଇଁ ଦଳିତମାନେ ରହୁଥିବା ବସ୍ତି ଅଞ୍ଚଳକୁ କାହିଁକି ଥଇଥାନ ନକରାଯାଇ ଉଛେଦ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ଏସପିଙ୍କ ସହ ଆଲୋଚନା କରିବା ପରେ ଘେରାଉରୁ ଓହରିଥିବା ଜଣାପଡିଛି । ତେବେ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.