ETV Bharat / state

ଜୀବିତ ବ୍ୟକ୍ତିକୁ ମୃତ ଘୋଷଣା କରି ଜମି ହଡପ ଅଭିଯୋଗ

author img

By

Published : Dec 6, 2022, 3:31 PM IST

ଜୀବିତ ବ୍ୟକ୍ତିକୁ ମୃତ ଘୋଷଣା କରି ଜମି ହଡପ ଅଭିଯୋଗ
ଜୀବିତ ବ୍ୟକ୍ତିକୁ ମୃତ ଘୋଷଣା କରି ଜମି ହଡପ ଅଭିଯୋଗ

ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ହୋଇଛି ଜମି ହଡପ । ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି ବୃଷବ । ଅଧିକ ପଢନ୍ତୁ

ସମ୍ବଲପୁର: ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ହୋଇଛି ଜମି ହଡପ । ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣକ । ସୂଚନା ମୁତାବକ ବାସ୍ତବରେ ସେ ଜୀବିତ ଥିବା ବେଳେ ସ୍ଥାନୀୟ କେତେକ ଲୋକ ଓ କିଛି ସରକାରୀ ଅଧିକାରୀ ବୃଷବ ଓ ତାଙ୍କ ପରିବାର ଲୋକଙ୍କୁ ମୃତ ଘୋଷଣା କାରି ସବୁ ଜମି ହଡଓ କରିଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅଭିଯୋଗ ହୋଇଛି ।

ଜୀବିତ ବ୍ୟକ୍ତିକୁ ମୃତ ଘୋଷଣା କରି ଜମି ହଡପ ଅଭିଯୋଗ

ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଜଗନ୍ନାଥପ୍ରସାଦର ବାସିନ୍ଦା ବୃଷବ ଲୁହା ଓ ତାଙ୍କ ପରିବାର ଜୀବିତ ଥିବା ବେଳେ ସମସ୍ତଙ୍କୁ ସେଟେଲମେଣ୍ଟ ଅଫିସରେ ମୃତ ଘୋଷଣା କରାଯାଇଥିଲା । ଏଥିସହ ଗାଁର କେତେକ ବ୍ୟକ୍ତି ସମସ୍ତ ଜମିକୁ ହଡପ କରିଥିବା ଅଭିଯୋଗ ହୋଇଛି । ବୃଷବଙ୍କ ସମସ୍ତ ପରିବାର ଲୋକଙ୍କ ଭୋଟର ପରିଚୟପତ୍ର ଥିବା ବେଳେ ସେମାନଙ୍କୁ ମୃତ ଘୋଷଣା କରି ସବୁ ଜମି ତକ ଗାଁର କେତେକ ଲୋକ ହଡପ କରି ନେଇଯାଇଥିବା କରିଛନ୍ତି ଅଭିଯୋଗ । ତେବେ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ବୃଷବ ଲୁହା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.