ETV Bharat / state

ଝାରଖଣ୍ଡ ଗାଡିରେ ଓଡିଶା ନମ୍ବର ପ୍ଲେଟ ଲଗାଇ ଚାଲିଥିଲା ଗଞ୍ଜେଇ ଚାଲାଣ, 2 ଗିରଫ

author img

By

Published : Feb 9, 2023, 1:02 PM IST

huge quantity of cannabis seized from sambalpur
huge quantity of cannabis seized from sambalpur

ସମ୍ବଲପୁର ଝାରସୁଗୁଡା ରାସ୍ତାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଦୁଇ ଜଣଙ୍କୁ ଗିରଫ କଲା ସମ୍ବଲପୁର ଅବକାରୀ ବିଭାଗ । ଅଧିକ ପଢନ୍ତୁ

huge quantity of cannabis seized from sambalpur

ସମ୍ବଲପୁର: ଝାରଖଣ୍ଡ ଗାଡିରେ ଓଡିଶାର ନମ୍ବର ପ୍ଲେଟ ଲଗାଇ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ ସହ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସମ୍ବଲପୁର ଝାରସୁଗୁଡା ରାସ୍ତା ଶାସନ ନିକଟରେ ଉତ୍ତରାଞ୍ଚଳ ଅବକାରୀ ଡେପୁଟି କମିଶନର ଏହି ଚଢାଉ କରିଥିବା ବେଳେ ଗାଡ଼ିରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ 19ଲକ୍ଷ ବୋଲି ଜଣାପଡିଛି l ଏହି ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା 2 ଜଣ ବିହାର ରାଜ୍ୟର ବକ୍ସର ଓ ଆରା ଜିଲ୍ଲାର ରିତେଶ କୁମାର, ଶିବ ଲଖନ ପ୍ରସାଦ ବୋଲି ଜଣାପଡିଛି l

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ସମୟରେ ସମ୍ବଲପୁର ଅବକାରୀ ବିଭାଗ ଓ ଉତ୍ତରାଞ୍ଚଳ ଡେପୁଟି କମିଶନରଙ୍କ ଏକ ସ୍ୱତନ୍ତ୍ର ଟିମ ଶାସନ ଟୋଲ ଗେଟ ନିକଟରେ ଚେକିଂ କରୁଥିଲେ । ଏହି ସମୟରେ ଏକ ଇକୋ ଗାଡି ଉପରେ ସନ୍ଦେହ ଉପୁଜିଥିଲା l ଗାଡିକୁ ଅଟକାଇ ଚେକ କରିବା ପରେ ଏକ ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ରଖା ଯାଇଥିବା ଦେଖିବାକୁ ମିଳିଥିଲା l ଗାଡ଼ିରେ ଥିବା ନମ୍ବର ପ୍ଳେଟକୁ ଚେକ କରାଗଲା ପରେ ଗାଡିଟି ଝାରଖଣ୍ଡର ହୋଇଥିବା ଏଥିରେ ଓଡିଶା ନମ୍ବର ଲାଗିଥିବା ଜଣା ପଡିଥିଲା l ଗାଡ଼ିରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ ଗୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 19ଲକ୍ଷ ବୋଲି ଜଣାପଡିଛି l

ଏହି ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା 2 ଜଣ ବିହାର ରାଜ୍ୟର ବକ୍ସର ଓ ଆରା ଜିଲ୍ଲାର l ଦୁଇ ଅଭିଯୁକ୍ତ ଦୀର୍ଘ ଦିନ ଧରି ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ରହିଛନ୍ତି । ତେବେ ଏମାନଙ୍କ ସହ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ପଚାରାଉଚରା କରୁଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲାରୁ ରାଞ୍ଚିକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି l

ତେବେ ବାରମ୍ବାର ଏହି ରୁଟରେ କାହିଁକି ଏତେ ପରିମାଣରର ଗଞ୍ଜେଇ ଚୋରା ଚାଲାଣ ହେଉଛି ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଏକ୍ସପର୍ଟ ମାନଙ୍କ ମତ ଅନୁସାରେ, ଆଗକୁ ଶିବରାତ୍ରୀ ଥିବା ବେଳେ ଏହି ସମୟରେ ଛତିଶଗଡ଼, ଝାରଖଣ୍ଡ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଗଞ୍ଜେଇର ଚାହିଦା ବୃଦ୍ଧି ପାଇଥାଏ l ତେଣୁ ଏହି ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇଛି l

କିଛିଦିନ ପୂର୍ବେ ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁରରେ ଧରାପଡିଥିଲା ଗଞ୍ଜେଇ ବୋଝେଇ ଟ୍ରକ । ଏହି ଟ୍ରକରେ ପ୍ରାୟ ୨୪୦ କିଲୋଗ୍ରାମ ଓଜନର ଗଞ୍ଜେଇ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ସୂଚନା ମିଳିଥିଲା । ଚଢ଼ାଉ ସମୟରେ ଜଣେ ଗାଡିଚାଳକକୁ ଗିରଫ କରାଯାଇଥିବା ବେଳେ ଆଗାମୀ ଗଞ୍ଜେଇ ଅମଳକୁ ଲକ୍ଷ୍ୟ କରି ସ୍ବତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଚଢାଉ ଜାରି ରହିବ ବୋଲି ସୂଚନା ଦେଇଥିଲେ ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.