ETV Bharat / state

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ, 5 ଅଟକ

author img

By

Published : Aug 2, 2023, 12:54 PM IST

Gangadhar Meher University
Gangadhar Meher University

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ । ଘଟଣାରେ 5ଜଣ ଅଟକ ଥିବା ସୂଚନା । ଅଧିକ ପଢନ୍ତୁ

ଅଣଛାତ୍ରଙ୍କ ଆକ୍ରମଣ

ସମ୍ବଲପୁର: ଅଶାନ୍ତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ । ସମ୍ବଲପୁର ଦିନ୍‌ ପାଳନ ବେଳେ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଅଭିଯୋଗ । ଏହି ଘଟଣାକୁ ନେଇ ଟାଉନ ଥାନାରେ 5 ଜଣଙ୍କୁ ଅଟକ ରହିଛି ପୋଲିସ ।

ସୂଚନା ମୁତାବକ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ସମ୍ବଲପୁରୀ ଦିନର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଅଣଛାତ୍ର ଆସି ଉକ୍ତ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ଗୌରବ ଶତପଥୀ ନାମକ ଜଣେ ଛାତ୍ର ତାଙ୍କୁ ମନା କରିଥିଲେ । ଫଳରେ ଉକ୍ତ ଛାତ୍ରଙ୍କୁ ଅଣଛାତ୍ର ମାରପିଟ୍‌ କରି ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ 3 ଶେଷ ବର୍ଷ ଛାତ୍ର ଗୌରବ ଶତପଥି ଆହତ ହୋଇଥିଲେ । ଏହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ପରେ ଏକ ଦଳ ବିଶ୍ୱବିଦ୍ୟାଳୟର କୂଳପତିଙ୍କ ନିକଟକୁ ଅଭିଯୋଗ ପାଇଁ ଯାଇଥିଲେ । ଏହା ପରେ ଅଭିଯୋଗ କରିଥିବା ଛାତ୍ରମାନେ ଘରକୁ ଯିବା ସମୟରେ କ୍ୟାମ୍ପସ ବାହାରେ ଅଣଛାତ୍ର ମାନେ ପୁଣି ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l

ଏହି ଆକ୍ରମଣରେ ଅଖିଳ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ ଓ ପ୍ରିତିଶ କରଙ୍କୁ ମରଣାନ୍ତକ ଆକ୍ରମଣ କରାଯିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ । ପ୍ରାୟ 30ରୁ ଊର୍ଦ୍ଧ୍ବ ଅଣଛାତ୍ର ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ସୂଚନା ମିଳିଛି l ଅନ୍ୟପଟେ ଆହତ ଛାତ୍ରଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ତେବେ ଏହି ଘଟଣାରେ 2 ଜଣ ଛାତ୍ର ଓ 3 ଅଣଛାତ୍ରଙ୍କୁ ଅଟକ ରଖା ଯାଇଥିବା ସମ୍ବଲପୁର ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି l

ଏହା ମଧ୍ୟ ପଢନ୍ତୁ- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଟକିଛି ନିଯୁକ୍ତି ପ୍ରକ୍ରିୟା, ବାଧା ସାଜିଛି ନ୍ୟାୟିକ ବ୍ୟବସ୍ଥା

ତେବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ବହୁତ ସୁନାମ ଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ଏଠାକୁ ପାଠ ପଢିବାକୁ ପିଲା ଆସନ୍ତି । ଏଠିକାର ଶୃଙ୍ଖଳିତ ଓ ଶୈକ୍ଷିକ ବାତାବରଣ ଛାତ୍ରଙ୍କୁ ଆକୃଷ୍ଟ କରିଥାଏ l କିଛି ମାସ ହେଲା ଏହି ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶ ବୃଦ୍ଧି ପାଉଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ନଦେବାରୁ ଏହାର ପରିବେଶ ବିଗିଡିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି l ଅନ୍ୟପଟେ ସମ୍ବଲପୁର ଟାଉନ ଥାନା ଅଞ୍ଚଳରେ ବେଆଇନ କଫ ସିରଫ ଓ ନିଶା ବଟିକା କାରବାର ବୃଦ୍ଧି ପାଉଥିବା ବେଳେ ଯୁବପିଢି ଏହାର ସେବନ କରି ପଥ ଭ୍ରଷ୍ଟ ହେଉଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.