ETV Bharat / state

ବିଶାଖାପାଟନମ ଗଡିବ ବନାରସ-ସମ୍ବଲପୁର ଦ୍ବିସାପ୍ତାହିକ ଏକ୍ସପ୍ରେସ

author img

By ETV Bharat Odisha Team

Published : Nov 20, 2023, 10:01 PM IST

extension of rail network
ବନାରସ-ସମ୍ବଲପୁର ଦ୍ବିସାପ୍ତାହିକ ଏକ୍ସପ୍ରେସ ସମ୍ପ୍ରସାରିତ

ବିଶାଖାପାଟନମ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା ବନାରସ-ସମ୍ବଲପୁର ଦ୍ବିସାପ୍ତାହିକ ଏକ୍ସପ୍ରେସ । ଆଗାମୀ ଦିନରେ ସମ୍ବଲପୁର ଷ୍ଟେସନକୁ ୱାର୍ଲଡ କ୍ଲାସ ଷ୍ଟେସନ ଭାବେ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଅଧିକ ପଢନ୍ତୁ

ବନାରସ-ସମ୍ବଲପୁର ଦ୍ବିସାପ୍ତାହିକ ଏକ୍ସପ୍ରେସ ସମ୍ପ୍ରସାରିତ

ସମ୍ବଲପୁର: ବିଶାଖାପାଟନମ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା ବନାରସ- ସମ୍ବଲପୁର ଦ୍ବିସାପ୍ତାହିକ ଏକ୍ସପ୍ରେସ । ଆଜି ସନ୍ଧ୍ୟା 5 ଟାରେ ସମ୍ବଲପୁର ରେଳ ଷ୍ଟେସନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, "ଆଗାମୀ ଦିନରେ ଏହା ଦ୍ୱାରା ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର ଲୋକେ ଏହି ଉପକୃତ ହେବେ ।" ଏହି ଟ୍ରେନ ନିୟମିତ ଭାବେ ଆସନ୍ତା 22ତାରିଖରେ ବିଶାଖାପାଟଣାଠାରୁ ଓ 23 ତାରିଖରେ ବନାରସ ଠାରୁ ଚଳାଚଳ କରିବ ।

ଆଜି ସମ୍ବଲପୁରରେ ଦୁଇ କେନ୍ଦ୍ରମନ୍ତ୍ରୀ ବନାରସ-ସମ୍ବଲପୁର ଟ୍ରେନର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି । ଆଜି ସମ୍ବଲପୁର ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ସନ୍ଧ୍ୟା 5ଟାରେ ସମ୍ବଲପୁର ରେଳ ଷ୍ଟେସନରେ ବନାରସ -ସମ୍ବଲପୁର ଦ୍ବିସାପ୍ତାହିକ ଏକ୍ସପ୍ରେସକୁ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । "ବିଶାଖାପାଟଣା ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ବ୍ୟବସାୟ, ସ୍ୱାସ୍ଥ୍ୟ, ଓ ଶିକ୍ଷା କ୍ଷେତ୍ରରେ ଅନେକ ସହାୟକ ହେବ" ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି," ଆଗାମୀ ଦିନରେ ସମ୍ବଲପୁର ଷ୍ଟେସନକୁ ୱାର୍ଲଡ କ୍ଲାସ ଷ୍ଟେସନ ଭାବେ ପ୍ରସ୍ତୁତ କରାଯିବ । ଏହାର ଡିଜାଇନ ବୁର୍ଲା VSSUTର ଛାତ୍ରଛାତ୍ରୀମାନେ କରିବେ । ବିଶେଷ ଭାବେ IIM ଓ VSSUTର ଛାତ୍ରଛାତ୍ରୀମାନେ ଏହି ଡିଜାଇନ କରିବେ । ବର୍ତ୍ତମାନ ସମସ୍ତ ଟ୍ରେନର କୋଚ ଗୁଡିକୁ ଅପଗ୍ରେଡ଼ କରାଯାଉଛି ଓ ପୁରୁଣା କାଳିଆ ଟ୍ରେନ ଡବା ଆଉ ରହିବ ନାହିଁ । ସେହିପରି ବରଗଡ଼ -ନୂଆପଡା ରେଳ ଲାଇନରେ ଜମି ଅଧିଗ୍ରହଣ ସମସ୍ୟା ରହିଛି, ତାହା ସମାଧାନ ହେଲେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ।

ଏହା ବି ପଢନ୍ତୁ...ପୁରୀରୁ ରାୟପୁରକୁ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି, ସମୟ ଆସିଲେ ନିଶ୍ଚିତ ଗଡିବ କହିଲେ ଧର୍ମେନ୍ଦ୍ର

ଅନ୍ୟପଟେ ବାରକୋଟରୁ ଝାରସୁଗୁଡାକୁ ନୂଆ ରେଳ ଲାଇନ ସଂଯୋଗ କରାଯିବ ବୋଲି କହିଛନ୍ତି ଉଭୟ ମନ୍ତ୍ରୀ । ସମ୍ବଲପୁରରୁ ଗୋପାଲପୁର ଓ ଖୋର୍ଦ୍ଧା- ବଲାଙ୍ଗୀର ରେଳପଥର କାର୍ଯ୍ୟ ବେଶ ଅଗ୍ରଗତିରେ ଚାଲୁଥିବା ନେଇ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । "2014 ମସିହା ପୂର୍ବରୁ ପ୍ରତ୍ୟେକ ବର୍ଷ 50 କିଲୋମିଟର ରେଳ ଲାଇନ କାର୍ଯ୍ୟ ହେଉଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା ପରେ ତାଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ପ୍ରତ୍ୟେକ ବର୍ଷ 450 କିଲୋମିଟର ବ୍ୟାପୀ ରେଳ ଲାଇନ କାର୍ଯ୍ୟ ହେଉଛି । ଆଗାମୀ ଦିନରେ ଓଡ଼ିଶାର 57ଟି ଷ୍ଟେସନକୁ ବିଶ୍ୱ ସ୍ତରୀୟ ଷ୍ଟେସନ ଭାବେ ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି" ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।



ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.