ETV Bharat / state

ସମ୍ବଲପୁର ଗସ୍ତରେ ପୂର୍ବତଟ ରେଳବାଇ ଜିଏମ

author img

By

Published : Mar 17, 2021, 10:11 PM IST

ସମ୍ବଲପୁର ଗସ୍ତରେ ପୂର୍ବତଟ ରେଳବାଇ ଜିଏମ
ସମ୍ବଲପୁର ଗସ୍ତରେ ପୂର୍ବତଟ ରେଳବାଇ ଜିଏମ

ସମ୍ବଲପୁର ଗସ୍ତରେ ପୂର୍ବତଟ ରେଳବାଇ ଜିଏମ ବିଦ୍ୟା ଭୂଷଣ । ରେଳ ମଣ୍ଡଳ ଅଧୀନରେ ଥିବା ରେଳ ଷ୍ଟେସନର ଉନ୍ନତିକରଣ, ଦୋହରିକରଣ, ଭିତ୍ତିଭୂମିର ବିକାଶର କଲେ ସମୀକ୍ଷା । ଅଧିକ ପଢନ୍ତୁ...

ସମ୍ବଲପୁର: ଜିଲ୍ଲା ଗସ୍ତରେ ଜିଏମ ବିଦ୍ୟା ଭୂଷଣ । ବୁଧବାର ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ସମ୍ବଲପୁର ଗସ୍ତରେ ଆସି ରେଳ ମଣ୍ଡଳ ଅଫିସ ଓ ରେଳ ଜଙ୍କସନ ପରିଦର୍ଶନ କରିଛନ୍ତି । ଏହାସହ ସେ ବରିଷ୍ଠ ରେଳ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ୍ନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଛନ୍ତି ।

ସମ୍ବଲପୁର ଗସ୍ତରେ ପୂର୍ବତଟ ରେଳବାଇ ଜିଏମ

ଜିଏମ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ଥିବା ରେଳ ଷ୍ଟେସନର ଉନ୍ନତିକରଣ, ଦୋହରିକରଣ, ଭିତ୍ତିଭୂମି ବିକାଶ ଦିଗରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସହରର କେତେକ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଜିଏମଙ୍କ ସହ ଆଲୋଚନା କରି ସମ୍ବଲପୁର ଫାଟକ ରେଳ ଷ୍ଟେନସ ବନ୍ଦ କରିବା ନିଷ୍ପତ୍ତି ଉପରେ ପୁର୍ନବିଚାର କରିବାକୁ ଅନୁରୋଧ କରିଛନ୍ତି । ତେବେ ରେଳ ଷ୍ଟେସନର ବିକାଶ ପାଇଁ ଫାଟକ ଷ୍ଟେସନ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି ବୋଲି ଜିଏମ କହିଛନ୍ତି ।

ଏଥିସହ ସମ୍ବଲପୁର ସହରରେ 4ଟି ଟ୍ରେନ ପୁନଃ ଚଳାଚଳ ସହ ଆହୁରି କେତେକ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକ ତାଙ୍କୁ ଦାବି କରିଥିବା ଜଣାଇଛନ୍ତି ରେଳବାଇ ଜିଏମ ବିଦ୍ୟା ଭୂଷଣ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.