ETV Bharat / state

ବଙ୍ଗୋମୁଣ୍ଡା IICଙ୍କୁ ଧରିଲା ଭିଜିଲାନ୍ସ, କାର୍‌ରୁ ବାହାରିଲା ୨ ଲକ୍ଷ ଟଙ୍କା

author img

By

Published : Nov 30, 2021, 10:55 PM IST

ବଙ୍ଗୋମୁଣ୍ଡା IICଙ୍କୁ ଧରିଲା ଭିଜିଲାନ୍ସ, କାର୍‌ରୁ ବାହାରିଲା ୨ ଲକ୍ଷ ଟଙ୍କା
ବଙ୍ଗୋମୁଣ୍ଡା IICଙ୍କୁ ଧରିଲା ଭିଜିଲାନ୍ସ, କାର୍‌ରୁ ବାହାରିଲା ୨ ଲକ୍ଷ ଟଙ୍କା

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ । ତାଙ୍କ କାର୍‌ରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ମିଳିଥିଲା । ଅଧିକ ପଢ଼ନ୍ତୁ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ । ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ବରଗଡ଼ ଜିଲ୍ଲା ଟୋଲ୍‌ଗେଟ ନିକଟରେ ବଲାଙ୍ଗୀର ଜିଲ୍ଲାରର ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଧରିଥିଲା । ତାଙ୍କ କାର୍‌ରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ମିଳିଥିଲା ।

ବଙ୍ଗୋମୁଣ୍ଡା IICଙ୍କୁ ଧରିଲା ଭିଜିଲାନ୍ସ, କାର୍‌ରୁ ବାହାରିଲା ୨ ଲକ୍ଷ ଟଙ୍କା
ତେବେ ଜବତ ଟଙ୍କାର କୌଣସି ହିସାବ ଦେଇ ପାରିନଥିଲେ ଥାନା ବାବୁ । ଫଳରେ ତାଙ୍କୁ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ ବିଭାଗ । ବରଗଡ଼ ସହ ବଲାଙ୍ଗୀର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର 4ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କୁ ଅଧିକ ତଦନ୍ତ ଜାରି ରହିଛି । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.