ETV Bharat / state

ହୀରାକୁଦରେ ସରିଲା ପକ୍ଷୀ ଗଣନା, ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା

author img

By ETV Bharat Odisha Team

Published : Jan 12, 2024, 6:17 PM IST

ହୀରାକୁଦରେ ପକ୍ଷୀ ଗଣନା
ହୀରାକୁଦରେ ପକ୍ଷୀ ଗଣନା

Annual Bird Census at Hirakud: ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ 113 ପ୍ରଜାତିର ପକ୍ଷୀ ଆସିଥିବା ନେଇ ସୂଚନା ମିଳିଛି । ଗତ ବର୍ଷ ଅପେକ୍ଷା କେତେ ଅଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ଜାଣନ୍ତୁ

ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଗତ 8 ତାରିଖ ଦିନ ହୋଇଥିଲା ପକ୍ଷୀ ଗଣନା । ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ 113 ପ୍ରଜାତିର ପ୍ରାୟ 3 ଲକ୍ଷ 42 ହଜାର ପକ୍ଷୀ ଆସିଥିବା ନେଇ ସୂଚନା ମିଳିଛି । ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡ଼ିଏଫଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ନେଇ ସୂଚନା ଦେଇଛନ୍ତି । ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, "ଗତବର୍ଷ 108 ପ୍ରଜାତିର 3 ଲକ୍ଷ 16 ହଜାର ସଂଖ୍ୟକ ପକ୍ଷୀ ଆସିଥିଲେ l ଚଳିତ ବର୍ଷ ଗତବର୍ଷ ଅପେକ୍ଷା 26 ହଜାର ଅଧିକ ପକ୍ଷୀ ଆସିଛନ୍ତି ।"

ତେବେ ଚଳିତ ବର୍ଷ ଆସିଥିବା ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛନ୍ତି 'ଟପଟେଡ଼ ଡକ୍' । ଏହି ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା 50 ହଜାର ରହିଥିବାବେଳେ 'ଲେଜର ହୁଇସଲିଙ୍ଗ ଡକ' ଓ 'ରେଡ୍ କ୍ରେଷ୍ଟେଡ଼ ପୋଚାର୍ଡ' 30 ରୁ 40 ହଜାର ସଂଖ୍ୟକ ଆସିଛନ୍ତି । ଏହି ସବୁ ପକ୍ଷୀ ସାଇବେରିଆ, ଋଷିଆ, ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଅଞ୍ଚଳରୁ ଆସିଥିବାବେଳେ କେତେକ ସ୍ଥାନୀୟ ପକ୍ଷୀ ମଧ୍ୟ ଅଛନ୍ତି । ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ପକ୍ଷୀମାନେ ହୀରାକୁଦ ଜଳଭଣ୍ଡାରରେ ରହିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ମାଲକାନଗିରିରେ ପକ୍ଷୀ ଗଣନା ଶେଷ; ୫୫ ପ୍ରଜାତିର ପକ୍ଷୀ ଠାବ

ଏହା ମଧ୍ୟ ପଢନ୍ତୁ...ମୟୂରଭଞ୍ଜରେ ପକ୍ଷୀ ଗଣନା ଆରମ୍ଭ, ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ

ଏହା ମଧ୍ୟ ପଢନ୍ତୁ...କୋରାପୁଟ ବନଖଣ୍ଡରେ ବଢିଲା ପକ୍ଷୀଙ୍କ ସଂଖ୍ୟା; ଅଛନ୍ତି 6151 ପକ୍ଷୀ

ଡ଼ିଏଫଓ କହିଛନ୍ତି, "ଏହି ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ଓ ଜଳଭଣ୍ଡାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀମାନଙ୍କୁ ନେଇ ସଚେତନତା କରାଯାଉଛି । ଏହାସହ ପକ୍ଷୀ ଶିକାର ଉପରେ ଯେପରି ରୋକ୍ ଲଗାଯାଇ ପାରିବ ସେନେଇ ପାଟ୍ରୋଲିଙ୍ଗ ମଧ୍ୟ କରାଯାଉଛି ।" ସୂଚନା ଅନୁସାରେ, ଗତ 8 ତାରିଖ ହୀରାକୁଦ ଜଳଭଣ୍ଡାରରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାର ବନ କର୍ମଚାରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଥିଲେ । ଏଥିପାଇଁ ହୀରାକୁଦ ଜଳଭଣ୍ଡାରକୁ 21ଟି ସେକ୍ଟରରେ ଭାଗ କରାଯାଇଥିବାବେଳେ ମୋଟ୍ 32ଟି ଟିମ୍ ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ । ଏହି ଗଣନାରେ 78 ଜଣ କର୍ମଚାରୀ ଓ ପକ୍ଷୀ ବିଶେଷଜ୍ଞ ସାମିଲ ଥିଲେ । ମୋଟ 33 ଜଣ ପକ୍ଷୀ ବିଶେଷଜ୍ଞ ପକ୍ଷୀ ଗଣନାରେ ସହାୟତା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.