ETV Bharat / state

ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍‌

author img

By

Published : Aug 15, 2022, 4:11 PM IST

Updated : Aug 15, 2022, 5:12 PM IST

ବଢୁଛି ନଦୀଜଳ ସ୍ତର, ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍‌
ବଢୁଛି ନଦୀଜଳ ସ୍ତର, ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍‌

ରାଜ୍ୟରେ ବନ୍ୟା ସ୍ଥିତିକୁ ଏଡ଼ାଇବା ଲାଗି ଉଦ୍ୟମ । ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ୮ଟି ଗେଟ୍‌ । ଅଧିକ ପଢନ୍ତୁ

ସମ୍ବଲପୁର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବଢୁଛି ନଦୀ ଜଳ ସ୍ତର । ଅନେକ ଜିଲ୍ଲାରେ ନଦୀ ଜଳ ସ୍ତର ବିପଦ ସଙ୍କେତ ଛୁଇଁଥିବା ବେଳେ ବନ୍ୟା ସ୍ଥିତିକୁ ଏଡାଇବା ଲାଗି ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍‌ । ଫଳରେ ଏବେ ୨୮ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ ।

ହୀରାକୁଦରେ ବନ୍ଦ ହେଲା ୮ଟି ଗେଟ୍‌

ଗତ ୨ଦିନ ହେଲା ହୀରାକୁଦର ୩୪ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ତେବେ ଆଜି ଅପରାହ୍ନ ୧ଟା ସମୟରେ ୮ଟି ଗେଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୭୩ ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୯ ଲକ୍ଷ 7 ହଜାର ୯୩୧ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି ।

ଇଟିଭି ଭାରତ, ସମ୍ବଲପୁର

Last Updated :Aug 15, 2022, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.