ETV Bharat / state

Murder For Money: 24 ଟଙ୍କା ପାଇଁ ଗ୍ରାହକଙ୍କୁ ହତ୍ୟା କଲା ଚା’ ଦୋକାନୀ

author img

By

Published : Dec 8, 2021, 11:09 AM IST

ବକେୟା 24 ଟଙ୍କା ପାଇଁ ଗ୍ରାହକଙ୍କୁ ହତ୍ୟା କଲା ଦୋକାନୀ(Murder For Money) । ଗୁରୁତର ଅବସ୍ଥାରେ ଡାକ୍ତରଖାନା ଯିବା ବାଟରେ ଗ୍ରାହକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ
Murder For Money: 24 ଟଙ୍କା ପାଇଁ ଗ୍ରାହକକୁ ହତ୍ୟା
Murder For Money: 24 ଟଙ୍କା ପାଇଁ ଗ୍ରାହକକୁ ହତ୍ୟା

ରାୟଗଡା: କାଶୀପୁର ବ୍ଲକ ଟିକିରି ଠାରେ ବକେୟା ଚା’ ଟଙ୍କା ପାଇଁ ଘଟିଛି ଅଭାବନୀୟ ଘଟଣା । ଚାହା ଦୋକାନୀ ମାଡରେ ଜଣେ ଗ୍ରାହକଙ୍କ ମୃତ୍ୟୁ(Rayagada Murder) ଘଟିଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Murder For Money: 24 ଟଙ୍କା ପାଇଁ ଗ୍ରାହକକୁ ହତ୍ୟା

ଖବର ଅନୁଯାୟୀ, କୃଷ୍ଣ ଝଡିଆ ନାମକ ଜଣେ ବ୍ୟକ୍ତି ଚା’ ଦୋକାନରେ ଚା’ ପିଇ ୨୪ ଟଙ୍କା ବାକି ରଖିଥିଲେ । କୃଷ୍ଣ ଚା’ ପିଇବା ପାଇଁ ଆସିବାରୁ ଚାହା ଦୋକାନୀ ବାବୁଲା ବକେୟା ଟଙ୍କା ମାଗିବା ସହିତ ଆଉ ଚା’ ଦେବେନାହିଁ ବୋଲି କହିଥିଲେ । ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାବୁଲା, କୃଷ୍ଣଙ୍କୁ ମାଡ ମାରିବା ସହ ଡ୍ରେନକୁ ଠେଲି ଦେଇଥିଲା । ଫଳରେ ଡ୍ରେନରେ ପଡି କୃଷ୍ଣ ଗୁରୁତର ଆହତ ହେବାରୁ ଟିକିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ଡାକ୍ତର ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ । ତେବେ ବିଶାଖାପାଟଣା ନେବା ବାଟରେ କୃଷ୍ଣର ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ ସହ କୃଷ୍ଣଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ ସ୍ଥାନୀୟ ଲୋକେ । ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ବାବୁଲାକୁ ଗିରଫ କରିବା ସହ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.