ETV Bharat / state

ସ୍ଥାନୀୟ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କଂସାରିଗୁଡ଼ା ପ୍ରକଳ୍ପ ବିସ୍ଥାପିତ

author img

By ETV Bharat Odisha Team

Published : Nov 11, 2023, 2:27 PM IST

କଂସାରିଗୁଡ଼ାରେ ଆଲୁମିନା ରିଫାଇନାରି ପ୍ଲାଣ୍ଟ ପ୍ରତିଷ୍ଠାକୁ ଆରଡିପିଏସ କମିଟିର ସଦସ୍ୟମାନେ ସ୍ବାଗତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

କଂସାରିଗୁଡ଼ା ପ୍ରକଳ୍ପ ପ୍ରଭାବିତ ବିସ୍ଥାପିତ
କଂସାରିଗୁଡ଼ା ପ୍ରକଳ୍ପ ପ୍ରଭାବିତ ବିସ୍ଥାପିତ

କଂସାରିଗୁଡ଼ା ପ୍ରକଳ୍ପ ପ୍ରଭାବିତ ବିସ୍ଥାପିତ

ରାୟଗଡା: ରାୟଗଡା ଜିଲ୍ଲା କଂସାରିଗୁଡ଼ାରେ ପ୍ରତିଷ୍ଠା ହେବ ଆଲୁମିନା ରିଫାଇନାରି ପ୍ଲାଣ୍ଟ । ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ ମିଲିୟନ ଟନ ଆଲୁମିନା । ତେବେ ଏହାକୁ ଆରଡିପିଏସ କମିଟିର ସଦସ୍ୟମାନେ ସ୍ବାଗତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଜମିହରା ଓ ବିସ୍ଥାପିତ ପରିବାର ବର୍ଗଙ୍କ ମଧ୍ୟରୁ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ବିସ୍ଥାପିତ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ସେହିପରି କଂସାରିଗୁଡ଼ା ଗ୍ରାମର ୯ ଜଣ ବ୍ୟକ୍ତି ଡିପି ମାନ୍ୟତା ବଞ୍ଚିତ ହୋଇଥିବା ବେଳେ ସେମାନଙ୍କୁ ଡ଼ିପି ମାନ୍ୟତା ଦିଆଯାଉ ବୋଲି ଦାବି କରିଥିଲେ । ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ହେବାକୁ ଥିବା ରାସ୍ତାଘାଟ କାର୍ଯ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନଦେଇ କମ୍ପାନୀ ପକ୍ଷରୁ କରାଗଲେ ଉକ୍ତ କମ୍ପାନୀ ଦ୍ବାରା ପ୍ରଭାବିତ ଅଞ୍ଚଳବାସୀ ଉପକୃତ ହୋଇପାରିଥାନ୍ତେ ବୋଲି କମିଟିର ସଭାପତି ଦଉଳ ରତ୍ନ ଚୌଧୁରୀ କହିଛନ୍ତି । କହିରଖୁଛୁ କି, ଏହି ଅଞ୍ଚଳର ପ୍ରାୟ ୧୦ଟି ଗ୍ରାମ କଂସାରିଗୁଡ଼ା, ଫୁଲଜବା, କାଡ଼ାପଦର, ପୁହୁଣ୍ଡି, ପୋଡ଼ାପାଡ଼ି, କାଣ୍ଡଶିଲ, ସୁକୁରୁ ପୁଟ, ମୁଣ୍ଡଗାଁକୁ ନେଇ ଆରଡିପିଏସ କମିଟି ଗଠନ ହୋଇଛି ।

ଅନ୍ୟପଟେ କମିଟିର ସଦସ୍ୟ ରାଜେନ୍ଦ୍ର ଦୂରିଆ କହିଛନ୍ତି ଯେ, ଯଥାଶୀଘ୍ର ଆଦିତ୍ୟ ଆଲୁମିନା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ ଅଞ୍ଚଳବାସୀଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତି ସୁଦୃଢ ହୋଇପାରିଥାନ୍ତା । ଓଡିଶାର ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଘୋଷଣା କରିଥିବାରୁ କମିଟିର ସଭାପତି କଂସାରିଗୁଡା ଅଞ୍ଚଳବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରାୟଗଡ଼ାରେ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ଓଏମସି ଓ ହିଣ୍ଡାଲ୍କୋ ମଧ୍ୟରେ ଚୁକ୍ତି

ପ୍ରକାଶ ଥାଉକି, ଗତମାସରେ ରାୟଗଡା ଜିଲ୍ଲା କଂସାରିଗୁଡ଼ାରେ ଆଲୁମିନା ରିଫାଇନାରି ପ୍ଲାଣ୍ଟ ପ୍ରତିଷ୍ଠା ହେବା ନେଇ ଓଏମସି ଓ ହିଣ୍ଡାଲକୋ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ସିଧାସଳଖ ନିଯୁକ୍ତି ପାଇବେ ୫ ହଜାର ଲୋକେ । ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ ହଜାର ନିଯୁକ୍ତି ମିଳିବ । ପରିବେଶ ଅନୁକୂଳ ରିଫାଇନାରୀ ପ୍ରତିଷ୍ଠା ହେବ । ବୁଝାମଣା ପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ । ତେବେ ଜମି ଅଧିଗ୍ରହଣ ହେବାର ଦୀର୍ଘ ୧୭ ବର୍ଷ ପରେ କାରଖାନା ସ୍ଥାପନ ପାଇଁ ବାଟ ଖୋଲିଛି । ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.