ETV Bharat / state

ରାୟଗଡ଼ାରେ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ଓଏମସି ଓ ହିଣ୍ଡାଲ୍କୋ ମଧ୍ୟରେ ଚୁକ୍ତି

author img

By ETV Bharat Odisha Team

Published : Oct 5, 2023, 6:36 PM IST

ରାୟଗଡା ଜିଲ୍ଲା କଂସାରି ଗୁଡ଼ାରେ ପ୍ରତିଷ୍ଠା ହେବ ଆଲୁମିନା ରିଫାଇନାରି ପ୍ଲାଣ୍ଟ । ଓଏମସି ଓ ହିଣ୍ଡାଲ୍କୋ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ । ଅଧିକ ପଢନ୍ତୁ

Aluminium refinery plant at Kansariguda
Aluminium refinery plant at Kansariguda

ରାୟଗଡ଼ାରେ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ଓଏମସି ଓ ହିଣ୍ଡାଲ୍କୋ ମଧ୍ୟରେ ଚୁକ୍ତି

ଭୁବନେଶ୍ବର: ରାୟଗଡା ଜିଲ୍ଲା କଂସାରିଗୁଡ଼ାରେ ପ୍ରତିଷ୍ଠା ହେବ ଆଲୁମିନା ରିଫାଇନାରି ପ୍ଲାଣ୍ଟ । ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ ମିଲିୟନ ଟନ ଆଲୁମିନା । ଓଏମସି ଓ ହିଣ୍ଡାଲକୋ ମଧ୍ୟରେ ଆଜି ଏନେଇ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଛି ।

Aluminium refinery plant at Kansariguda
ଓଏମସି ଓ ହିଣ୍ଡାଲ୍କୋ ମଧ୍ୟରେ ଚୁକ୍ତି

ଜିଲ୍ଲାର କଂସାରିଗୁଡ଼ାରେ କୁମାର ମଙ୍ଗଲମ ବିର୍ଲାଙ୍କ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ । ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ ମିଲିୟନ ଟନ ଆଲୁମିନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲୋକ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ଓଏମସି ଏମଡି ବିଲବନ୍ତ ସିଂ ଓ ହିଣ୍ଡାଲକୋ ଏମଡି ସତୀଶ ପାଇ ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି । ଓଏମସି କଳାହାଣ୍ଡିର କୋଡ଼ିଂଗାମାଳି ବକ୍ସାଇଟ ଖଣିରୁ ଦୀର୍ଘମିଆଦି ସୂତ୍ରରେ ଯୋଗାଇବ କଞ୍ଚାମାଲ ।

ଏହା ବି ପଢନ୍ତୁ- ଓଡ଼ିଶାରେ ଏକ ସାଉଥ୍ ଇଣ୍ଡିଆ କମ୍ପାନୀ ଆସି ଲୋକଙ୍କୁ ବୋକା ବନାଉଛି: କେନ୍ଦ୍ରମନ୍ତ୍ରୀ ଟୁଡୁ

ପ୍ରାଥମିକ ପର୍ଯ୍ୟାୟରେ ସିଧାସଳଖ ନିଯୁକ୍ତି ପାଇବେ ୫ ହଜାର । ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ ହଜାର ନିଯୁକ୍ତି ମିଳିବ । ପରିବେଶ ଅନୁକୂଳ ରିଫାଇନାରୀ ପ୍ରତିଷ୍ଠା ହେବ । ବୁଝାମଣା ପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ । ରାୟଗଡ଼ାରେ କାରଖାନା ପାଇଁ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ଉପସ୍ଥିତ ରହିଥିଲେ । ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଥିଲେ । ଜମି ଅଧିଗ୍ରହଣ ହେବାର ଦୀର୍ଘ ୧୭ ବର୍ଷ ପରେ କାରଖାନା ସ୍ଥାପନ ପାଇଁ ବାଟ ଖୋଲିଛି । ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, "ଆଜି ରାଜ୍ୟ ପାଇଁ ଏକ ଖୁସିର ଖବର । ରାୟଗଡାର କଂସାରିଗୁଡ଼ାରେ ବହୁ ଅପେକ୍ଷିତ ହିଣ୍ଡାଲକୋର ଦ୍ଵିତୀୟ ଆଲୁମିନା ରିଫାଇନାରି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହା ଦ୍ଵିତୀୟ ବୃହତ୍ତମ ଆଲୁମିନା ରିଫାଇନାରି ପ୍ଲାଣ୍ଟ ଓଡିଶାରେ ସ୍ଥାପନ ପାଇଁ କୁମାର ମଙ୍ଗଲମ ବିର୍ଲାଙ୍କ କମ୍ପାନୀ ହିଣ୍ଡାଲକୋ ସହ ରାଜ୍ୟ ସରକାରଙ୍କ ଓଏମସିର ଆଜି ସ୍ବାକ୍ଷରନାମା ହୋଇଛି । ୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ଆଲୁମିନା ରିଫାଇନାରି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହାକୁ ଦୀର୍ଘକାଳୀନ ଲିଙ୍କେଜ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଗତ ଜୁନ ମାସରେ ରାଜ୍ୟ କ୍ୟାବିନେଟ ଆଇପିଆର ୨୦୨୨ ଅନୁମୋଦନ କରିଥିଲା । ଏହି ଆଲୁମିନା ରିଫାଇନାରି ପ୍ଲାଣ୍ଟ ପ୍ରତିଷ୍ଠା ହେବା ଫଳରେ ଦେଢ଼ ହଜାରରୁ ଅଧିକ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ୫ ହଜାରରୁ ଅଧିକ ପରୋକ୍ଷରେ ନିଯୁକ୍ତି ପାଇବେ । ରାୟଗଡା ଜିଲ୍ଲାର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସ୍ଥାନୀୟ ଯୁବ ବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ଦେବ ।"

ଏହା ବି ପଢନ୍ତୁ- ପାରାଦ୍ୱୀପରେ ହେବ 7 ମିଲିୟନ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ, ବିସ୍ଥାପିତ ହେବେ ୧୪୭୬ ପରିବାର

ସେହିପରି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, "ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପକ୍ଷରୁ ପ୍ରତିଷ୍ଠା ହେବ ଆଲୁମିନା ରିଫାଇନାରି ପ୍ଲାଣ୍ଟ । ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ 2 ମିଲିୟନ ଟନ ଆଲୁମିନା । ପ୍ରାଥମିକ ପର୍ଯ୍ୟାୟରେ ସିଧାସଳଖ ନିଯୁକ୍ତି ପାଇବେ 5 ହଜାର । ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ 7 ହଜାର ନିଯୁକ୍ତି ମିଳିବ । ପରିବେଶ ଅନୁକୂଳ ରିଫାଇନାରୀ ପ୍ରତିଷ୍ଠା କରାଯିବ । ବୁଝାମଣା ପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ । ଏହା ସହିତ ଏକ ଗାର୍ମେଣ୍ଟ ଫାକ୍ଟ୍ରି କରିବାକୁ ହିଣ୍ଡାଲକୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଆଜି ବୈଠକରେ ଘୋଷଣା କରିଛନ୍ତି । ଏଥିରେ ୧୫ ଶହ ଲୋକ ନିଯୁକ୍ତି ପାଇବେ । ୨ରୁ ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ । ୨୦୨୬ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.