ETV Bharat / state

ଖୁବଶୀଘ୍ର ଆରମ୍ଭ ହେବ କଂସାରୀଗୁଡ଼ା ରିଫାଇନାରୀ ପ୍ରକଳ୍ପ, 17 ବର୍ଷ ପରେ ଚୁକ୍ତି ସ୍ୱାକ୍ଷର

author img

By ETV Bharat Odisha Team

Published : Oct 6, 2023, 10:27 AM IST

କଂସାରୀଗୁଡ଼ା ରିଫାଇନାରୀ ପାଇଁ ହିଣ୍ଡାଲକୋ ସହ ଏମଓୟୁ ସ୍ୱାକ୍ଷର
କଂସାରୀଗୁଡ଼ା ରିଫାଇନାରୀ ପାଇଁ ହିଣ୍ଡାଲକୋ ସହ ଏମଓୟୁ ସ୍ୱାକ୍ଷର

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରିଗୁଡା ଠାରେ ସ୍ଥାପନ ହେବ ଆଲୁମିନା କାରଖାନା । ଏନେଇ ହିଣ୍ଡାଲକୋ ସହିତ MoU ସ୍ୱାକ୍ଷର କଲେ ରାଜ୍ୟ ସରକାର । ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି । ଅଧିକ ପଢନ୍ତୁ...

କଂସାରୀଗୁଡ଼ା ରିଫାଇନାରୀ ପାଇଁ ହିଣ୍ଡାଲକୋ ସହ ଏମଓୟୁ ସ୍ୱାକ୍ଷର

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରିଗୁଡା ଠାରେ ସ୍ଥାପନ ହେବ ଆଲୁମିନା କାରଖାନା । ଏନେଇ ହିଣ୍ଡାଲକୋ ସହିତ ଏମଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର । ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।

ଖୁବଶୀଘ୍ର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଂସାରିଗୁଡା ଠାରେ ସ୍ଥାପନ ହେବାକୁ ଯାଉଛି ଆଲୁମିନା କାରଖାନା । ଏନେଇ ହିଣ୍ଡାଲକୋ ଏବଂ ଓଏମସି ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । କୋଡିଙ୍ଗାମାଳି ଖଣିରୁ ବକ୍ସାଇଟ ଉତ୍ତୋଳନ ପାଇଁ ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।

ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ରାୟଗଡ଼ା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଭିଡ଼ିଓ କନଫରେନ୍ସରେ କାରଖାନା ପାଇଁ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ମାନେ ଉପସ୍ଥିତ ଥିଲେ । ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଥିଲେ । କାରଖାନା ପ୍ରତିଷ୍ଠା ଦିଗରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଚଞ୍ଚକତା କରି ଜମି ହଡ଼ପ କରୁଛି ଏମଏସପି ମେଟାଲିକ କମ୍ପାନୀ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଏହି ରିଫାଇନାରୀ ପ୍ରତିଷ୍ଠା ହେବା ଦ୍ୱାରା ୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହି ଚୁକ୍ତି ସ୍ୱାକ୍ଷର ଫଳରେ ଶିଳ୍ପ ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଯେଉଁଥିପାଇଁ ରାୟଗଡ଼ାବାସୀଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ ପଟ୍ଟନାୟକ । ଏଥିସହ ପୂର୍ବ ଭାରତରେ ଓଡ଼ିଶାକୁ ଏକ ଶିଳ୍ପ ହବ୍‌ରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଦ୍ରୁତ ଗତିରେ ଶିଳ୍ପାୟନ କ୍ଷେତ୍ରରେ ପରିଣତ ହେଉଛି ବୋଲି କହିଥିଲେ । ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକଶିତ ହୋଇଛି । ଏଥି ସହିତ ଆଗାମୀ ଦିନରେ ଓଡ଼ିଶା ଓ ହିଣ୍ଡାଲକୋର ମିଳିତ ସହଭାଗିତା ସାମଗ୍ରିକ ବିକାଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମଙ୍ଗଳମ୍ ବିର୍ଲା କହିଥିଲେ ।

ତେବେ ଜମି ଅଧିଗ୍ରହଣ ହେବାର ଦୀର୍ଘ ୧୭ ବର୍ଷ ପରେ ବର୍ତ୍ତମାନ କାରଖାନା ସ୍ଥାପନ ପାଇଁ ବାଟ ଫିଟିଛି । ଫଳରେ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି । ଏହି କାରଖାନା ପାଇଁ ଆଦିତ୍ୟ ବିର୍ଲା ଗୋଷ୍ଠୀ ୮ ହଜାର କୋଟି ଟଙ୍କା ବିନିଯୋଗ କରିବ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.