ETV Bharat / state

ଚଞ୍ଚକତା କରି ଜମି ହଡ଼ପ କରୁଛି ଏମଏସପି ମେଟାଲିକ କମ୍ପାନୀ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Oct 4, 2023, 11:08 AM IST

ଏମଏସପି ମେଟାଲିକ କମ୍ପାନିର ମନମାନି । କିଛି ଲୋକଙ୍କ କ୍ଷେତରେ କମ୍ପାନି ପାଉଁଶ ପକାଇ ସମତଳ କରୁଥିବା ନେଇ ଏହାକୁ ବିରୋଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ଏମଏସପି ମେଟାଲିକ କମ୍ପାନିର ମନମାନି
ଏମଏସପି ମେଟାଲିକ କମ୍ପାନିର ମନମାନି

ଏମଏସପି ମେଟାଲିକ କମ୍ପାନିର ମନମାନି

ଝାରସୁଗୁଡା : ଜିଲ୍ଲାରେ ମନମାନି କରୁଛି ଏମଏସପି ମେଟାଲିକ କମ୍ପାନି । ଧାନ କ୍ଷେତରେ ପକାଉଛି ଗଦା ଗଦା ପାଉଁଶ । କିଛି ଲୋକଙ୍କ କ୍ଷେତରେ କମ୍ପାନି ପାଉଁଶ ପକାଇ ସମତଳ କରୁଥିବା ଦେଖିବାକୁ ମିଳିଛି । ଧାନ ଚାଷ ନଷ୍ଟ ହେବା ଆଶଙ୍କାରେ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ମାରାକୁଟ୍ଟା ସ୍ଥିତ ଉକିଆ ସାହୁଙ୍କ ନାମରେ ଥିବା ଖତିୟାନ ୧୬ର ସମସ୍ତ ପ୍ଲଟ ମିଶି ପ୍ରାୟ ୨ ଏକର ୭୫ ଡିସିମିଲ ଜମି ରହିଥିଲା । ହେଲେ ତାହା ଜମିମାଲିକଙ୍କ ଅଜାଣତରେ କୌଣସି ଇଡକୋ କମ୍ପାନୀ ନାମରେ ପଟା ହୋଇଯାଇଛି । ବର୍ତ୍ତମାନ ଧାନ ଅମଳ ସମୟରେ ଏମଏସପି ମେଟାଲିକ କମ୍ପାନି ସେଥିରେ ପାଉଁଶ ପକାଉଛି । ବହୁ ଦିନ ପୂର୍ବେ ଏମଏସପି ମେଟାଲିକ କମ୍ପାନୀ ସେଠାରେ ଜମି ଅଧିଗ୍ରହଣ କରିବା ଆରମ୍ଭ କରିଥିଲା । କିନ୍ତୁ କିଛି ଲୋକଙ୍କୁ ସଠିକ୍ ଦାମ୍ ନମିଳିବାରୁ ଏମାନେ କମ୍ପାନୀକୁ ଜମି ଦେବାକୁ ସିଧା ସଳଖ ମନା କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ଜମିର ମାଲିକାନା ଇଡକୋକୁ ମିଳିବା ପରେ କମ୍ପାନୀର ମନମାନି ଯୋଗୁଁ ବର୍ତ୍ତମାନ ଚାଷୀ ପରିବାର ମୁଣ୍ଡରେ ହାତ ଦେଇଛନ୍ତି । ଯେଉଁ ଓଡିଶା ସରକାର ଚାଷୀଙ୍କୁ ପ୍ରାଧାନ୍ୟ ଦେବାର ପ୍ରୟାସ କରୁଛି । ଆଜି ସେଠି ଜଣେ ଚାଷୀ ପରିବାର ମୁଣ୍ଡରେ ହାତ ଦେଇ ବସିଛି ।

ଏହା ମଧ୍ୟ ପଢନ୍ତୁ- ବେଦାନ୍ତ କମ୍ପାନୀରୁ ନିର୍ଗତ ଧୂଆଁ ଓ ପାଉଁଶରେ ଅତିଷ୍ଠ ଲୋକେ, ଜିଲ୍ଲାପାଳଙ୍କୁ ଦାବିପତ୍ର

ଏନେଇ ଗ୍ରାମବାସୀ ସୁରେନ୍ଦ୍ର ସାହୁ କହିଛନ୍ତି ଯେ, "ଏମଏସପି ମେଟାଲିକ ପାଇଁ ଇଡକୋ ୨୦୦୮ ରୁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲା । ଏନେଇ ସେତେବେଳ ବହୁତ କମ୍ କ୍ଷତିପୂରଣ ଦେଉଥିଲେ । ଯାହାକୁ ନେଇ ଆମେ ତାହା ଗ୍ରହଣ କରି ନଥିଲୁ । ଏହାପରେ ମଝିରେ ଏମଏସପି ବନ୍ଦ ହୋଇଗଲା । ହେଲେ ପୁଣି ବର୍ତ୍ତମାନ ୨ ବର୍ଷ ହେବ ଆରମ୍ଭ କଲା । ସେହି ସମୟରେ ଆମେ ଜାଣିବାକୁ ପାଇଲୁ ୨ ଏକର ୭୫ ଡିସିମିଲ ଜମି ଇଡକୋ ନାମରେ ହୋଇଯାଇଛି ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.