ETV Bharat / state

ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ: ହାତଗୋଡ ବାନ୍ଧି ଲୁଟିଲେ ୨୫ ଭରି ସୁନା ଅଳଙ୍କାର

author img

By

Published : Apr 2, 2022, 8:25 PM IST

ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ : ହାତଗୋଡ ବାନ୍ଧି ଲୁଟିଲେ ୨୫ ଭରି ସୁନା ଅଳଙ୍କାର
ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ : ହାତଗୋଡ ବାନ୍ଧି ଲୁଟିଲେ ୨୫ ଭରି ସୁନା ଅଳଙ୍କାର

ରାଜ୍ୟରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଡକାୟତ । ରାୟଗଡା ସହରର ସାଇପ୍ରିୟା ନଗରରେ ହୋଇଛି ବଡଧରଣର ଡକାୟତି। ଅଧିକ ପଢନ୍ତୁ

ରାୟଗଡା : ରାଜ୍ୟରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଡକାୟତ । ରାୟଗଡା ସହରର ସାଇପ୍ରିୟା ନଗରରେ ହୋଇଛି ବଡଧରଣର ଡକାୟତି ।

ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ : ହାତଗୋଡ ବାନ୍ଧି ଲୁଟିଲେ ୨୫ ଭରି ସୁନା ଅଳଙ୍କାର

ସୂଚନା ଅନୁସାରେ, ରାୟଗଡା ସହରର ସାଇପ୍ରିୟା ନଗରରେ ରୁହନ୍ତି ଏମ .ଭେଙ୍କେଟ ରାବନାଙ୍କ ପରିବାର । ବିଳମ୍ବିତ ରାତିରେ ତାଙ୍କ ଘରେ ଝରକା ଭାଙ୍ଗି ପ୍ରାୟ ୧୦ ଜଣ ଡକାୟତ ପଶିଯାଇଥିଲେ । ଘର ମାଲିକ ଏମ. ଭେଙ୍କଟ ରାଓଙ୍କ ସମେତ ପରିବାର ସଦସ୍ୟଙ୍କ ପ୍ରଥମେ ଗୋଡ଼ ଓ ହାତ ବାନ୍ଧି ପକାଇଥିଲେ । ପରେ ମାରଣାସ୍ତ୍ର ଦେଖାଇ ପ୍ରାୟ ୮ ଜଣ ଦୁବୃର୍ତ୍ତ ୨୫ ଭରି ସୁନା ଅଳଙ୍କାର ସମେତ ରୂପା ଅଳଙ୍କାର, ୩୦ ହଜାର ଟଙ୍କା ଓ ୪ ଟି ମୋବାଇଲ ଫୋନ ଲୁଟି ନେଇଥିଲେ । ଏପରିକି ଘର ବାହାରେ ୨ ଜଣ ଦୁବୃର୍ତ୍ତ ଜଗିଥିଲେ। ଖବର ପାଇ ରାୟଗଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.