ETV Bharat / state

ହାତୀଖମ୍ବ ଗାଁ ନିକଟରେ ଓଲଟିଲା ବସ୍: ଜଣେ ମୃତ, 30 ଆହତ

author img

By

Published : Jul 6, 2022, 12:38 PM IST

Updated : Jul 6, 2022, 2:03 PM IST

bus overturns in rayagarh
ହାତୀଖମ୍ବ ଗାଁ ନିକଟରେ ଓଲଟିଲା ବସ୍;ଜଣେ ମୃତ,30ଆହାତ

ରାୟଗଡାର ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ରାୟଗଡ଼ା: ରାୟଗଡାର ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ହୋଇଥିବା ଯାତ୍ରୀଙ୍କୁ ଉଚ୍ଚ ଚିକିତ୍ସା ପାଇଁ କୋରାପୁଟ ଓ ବ୍ରହ୍ମପୁର ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ କରିଛନ୍ତି ।

ହାତୀଖମ୍ବ ଗାଁ ନିକଟରେ ଓଲଟିଲା ବସ୍: ଜଣେ ମୃତ, 30 ଆହତ

ଘଟଣାରୁ ପ୍ରକାଶିତ ଯେ, ପାରଳାଖେମୁଣ୍ଡି ଠାରୁ ଉମରକୋଟ ଯାଉଥିବା ସାଇକୃପା ନାମକ ଏକ ବସ୍ ରାତି ୧୧.୪୫ ସମୟରେ ରାୟଗଡ଼ା ଯାଉଥିବାବେଳେ ହାତୀଖମ୍ବ ଗାଁ ନିକଟରେ ଓଲଟି ପଡିଥିଲା । ବସ୍ ଦ୍ରୁତ ଗତିରେ ଆସୁଥିବା ବେଳେ ଏକ ଗାଈ ହଠାତ୍ ଆସି ଯିବା କାରଣରୁ ନିୟନ୍ତ୍ରଣ ହରାଇବା ସହିତ ଓଲଟି ପଡିଥିଲା । ଖବରପାଇ ଦମକଳବାହିନୀ ଓ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ଅନ୍ଧାରରେ ଉଦ୍ଧାର ସମୟରେ ସମସ୍ୟା ଉପୁଜିଥିଲା । ତେବେ ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି।

Last Updated :Jul 6, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.