ETV Bharat / state

ଖିଲିମିସିଗୁଡା ବାଲିଘାଟରୁ ବେଆଇନ ବାଲି ଉଠାଣ ଘଟଣାର ତଦନ୍ତ ଆରମ୍ଭ

author img

By

Published : Jun 24, 2021, 8:03 AM IST

An investigation has been started into the illegal sand smuggling in Khilimisiguda
ଖିଲିମିସିଗୁଡା ବାଲିଘାଟରୁ ବେଆଇନ ବାଲି ଉଠାଣ ଘଟଣାର ତଦନ୍ତ ଆରମ୍ଭ

ରାୟଗଡା ତହସିଲ ଖିଲିମିସିଗୁଡା ବାଲିଘାଟରୁ ବେଆଇନ ବାଲି ଉଠାଣ ଘଟଣା । ମାମଲାର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ରାୟଗଡା: ଜିଲ୍ଲା ସଦର ତହସିଲ ଖିଲିମିସିଗୁଡା ବାଲି ଖାଦାନରୁ ବେଆଇନ ଭାବେ ବାଲି ଉଠାଣ ମାମଲା । ଏନେଇ ତଦନ୍ତ ଆରମ୍ଭ ହୋଇଛି । ରାଜସ୍ବ ବିଭାଗ, ଭୂତତ୍ତ୍ବ ବିଭାଗ ଓ ଖଣି ବିଭାଗ ପକ୍ଷରୁ ଏକ ତିନି ଜଣିଆ ଟିମ ଖିଲିମିସିଗୁଡା ବାଲିଘାଟକୁ ଯାଇ ସର୍ଭେ ଆରମ୍ଭ କରିଛନ୍ତି ।

ଖିଲିମିସିଗୁଡା ବାଲିଘାଟରୁ ବେଆଇନ ବାଲି ଉଠାଣ ଘଟଣାର ତଦନ୍ତ ଆରମ୍ଭ

ମୁଖ୍ୟତଃ ବିଶାଖାପାଟନମ ଓ ବିଜୟନଗରମ ସହରକୁ ଏହି ବାଲି ଚାଲାଣ ହେଉଥିଲା । ନଦୀ ଗର୍ଭରୁ ମେସିନ ଲଗାଇ ବାଲି ଖନନ ଉପରେ ଜାତୀୟ ଗ୍ରୀନ ଟ୍ରିବୁନାଲ ରୋକ ଲଗାଇଥିବା ବେଳେ ଏହାର ଖୋଲା ଉଲ୍ଲଙ୍ଘନ କରି ମାଫିଆମାନେ ମେସିନ ଦ୍ଵାରା ବାଲି ଖନନ କରି ଚଢ଼ା ଦରରେ ଏହାକୁ ଆନ୍ଧ୍ରପ୍ରଦେଶରେ ବିକ୍ରି କରୁଥିଲେ ।

ବେଆଇନ ଭାବେ ରାତାରାତି ବାଲି ଚାଲାଣ ହେଉଥିବା ଧରା ପଡିବା ପରେ ରାଜ୍ୟ ସରକାର ଘଟଣାର ସରଜମିନ ତଦନ୍ତ ନିର୍ଦେଶ ଦେଇଥିଲେ । ଲିଜ ଚୁକ୍ତିନାମା ପର ଠାରୁ କେତେ ବାଲି ଉଠାଯାଇଛି । କେଉଁ କେଉଁ ଅଞ୍ଚଳକୁ ଚାଲାଣ ହୋଇଛି । ଅନୁଧ୍ୟାନ ବେଳେ ତଦନ୍ତକାରୀ ଟିମକୁ ଅନେକ ତୃଟି ନଜରକୁ ଆସିଛି । ନଦୀରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବାସହ ମନୁଷ୍ୟକୃତ ବାଲି ଖନନ ଦ୍ଵାରା ଏହିଭଳି ହୋଇପାରିବ ନାହିଁ ବୋଲି ଜଣାପଡିଛି ।

ତଥାପି ଆହୁରି ବିଭିନ୍ନ ଦିଗକୁ ଯାଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ତଦନ୍ତରେ ପରେ ରିପୋର୍ଟ ପ୍ରଦାନ କରାଯିବା ସହ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.