ETV Bharat / state

ଅଧାବାଟରେ ଖରାପ ହେଲା ଆମ୍ବୁଲାନ୍ସ, ବିଗିଡିଲା ରୋଗୀଙ୍କ ସ୍ବାସ୍ଥ୍ୟ

author img

By

Published : Aug 11, 2022, 10:14 AM IST

ମଝି ରାସ୍ତାରେ ଖରାପ ହେଲା ଆମ୍ବୁଲାନ୍ସ । ଅସୁବିଧାର ସମ୍ମୁଖିନ ହେଲେ ରୋଗୀ । କେଉଁଠି ଘଟିଛି ଏହି ଘଟଣା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Etv Bharambulance stopped in rayagadaat
ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ , ରୋଗୀ ଗୁରୁତର

ରାୟଗଡ଼ା: ଅଧାବାଟରେ ଖରାପ ହେଲା ଆମ୍ବୁଲାନ୍ସ । ରାସ୍ତାରେ ଅସୁବିଧାର ସମ୍ମୁଖିନ ହେଲେ ରୋଗୀ । ସ୍ବାସ୍ଥ୍ୟସେବାର ବିକାଶ ନେଇ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଅଧାରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବା ସରକାରଙ୍କ ସ୍ବାସ୍ଥ୍ୟସେବାର ବିକାଶର ଅସଲ ଚିତ୍ର ପଦାରେ ପକାଇଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲାରେ । ଅଧା ରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ।

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ

ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଥିଲା । ପରେ ତାଙ୍କୁ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଉଥିଲା । ହେଲେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋରାପୁଟ ନେବା ସମୟରେ ଆମ୍ବୁଲାନ୍ସ ରାୟଗଡ଼ା ସହରର କୋରାପୁଟ ଛକରେ ଖରାପ ହେବାରୁ ଅଟକି ଯାଇଥିଲା । ଫଳରେ ରୋଗୀ ସାଇଜଗନ ଦାସ (୧୧)ଙ୍କ ଅବସ୍ଥା ଗୁରୁତର ହେବା ନେଇ ଜଣାପଡିଛି ।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଆମ୍ବୁଲାନ୍ସ ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି । ଏଭଳିକି ଅକ୍ସିଜେନ ସହାୟତାରେ ସେହି ଭଙ୍ଗା ଆମ୍ବୁଲାନ୍ସ ଭିତରେ ସେ ରହିଥିବା ଦେଖିବାକୁ ମିଳିଛି । କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଠାରୁ ଆଉ ଏକ ଆମ୍ବୁଲାନ୍ସ ଆସିଲେ ସେଥିରେ ସ୍ଥାନାନ୍ତର କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରୁରୀ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ରହୁନଥିବା କାରଣରୁ ଏହିଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଥିବା ନେଇ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.