ETV Bharat / bharat

କେଉଁ ରାଜ୍ୟକୁ କେବେ ଛୁଇଁବ ମୌସୁମୀ, ତାଲିକାରେ ଦେଖନ୍ତୁ ନିଜ ରାଜ୍ୟ - When will monsoon knock your state

author img

By ETV Bharat Odisha Team

Published : May 24, 2024, 7:54 PM IST

Monsoon 2024: ଏଥର ଆଗୁଆ ମୌସୁମୀ । ଜାଣନ୍ତୁ କେଉଁ ରାଜ୍ୟକୁ କେବେ ଛୁଇଁବ ମୌସୁମୀ । ଅଧିକ ପଢନ୍ତୁ

Monsoon 2024
Monsoon 2024 (ETV Bharat)

ହାଇଦ୍ରାବାଦ: ସାରା ଦେଶକୁ କଲବଲ କରୁଛି ଭୀଷଣ ଖରା । ପ୍ରବଳ ତାତିରେ ଘରୁ ବାହାରିବା ଅସମ୍ଭାଳ ହୋଇପଡୁଛି । ଏହାରି ମଧ୍ୟରେ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି ଦେଶବାସୀ । ଚଳିତ ବର୍ଷ ଆଗୁଆ ମୌସୁମୀ ଆସିବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ନିକଟରେ ଏନେଇ ଏକ ଖୁସି ଖବର ଆସିଥିଲା । ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପର୍ଯ୍ୟନ୍ତ ପହଞ୍ଚିସାରିଛି । ମେ 19ରୁ 21 ତାରିଖ ମଧ୍ୟରେ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିଛି ମୌସୁମୀ । ତେବେ ଭାରତର ବିଭିନ୍ନ ରାଜ୍ୟକୁ କେବେ ଛୁଇଁବ ମୌସୁମୀ ଆସନ୍ତା ଜାଣିବା ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ 1 ତାରିଖରେ ମୌସୁମୀ କେରଳ, ପୁଡୁଚେରୀ ଓ ତାମିଲନାଡୁ ରାଜ୍ୟରେ ଏଣ୍ଟ୍ରି ମାରିବାକୁ ଯାଉଛି । ଏହାବାଦ କର୍ଣ୍ଣାଟକ, ଗୋଆ, ଆସାମ, ତ୍ରିପୁରା ଓ ଆନ୍ଧ୍ର ପ୍ରଦେଶର ଅନେକ ସ୍ଥାନରେ ଜୁନ 5 ତାରିଖ ବେଳକୁ ମୌସୁମୀ ବାୟୁ ପ୍ରବେଶ କରିବା ନେଇ କୁହାଯାଉଛି । ସେହିପରି ତେଲେଙ୍ଗାନା, ସିକିମ, ମହାରାଷ୍ଟ୍ର ଆକାଶରେ ଜୁନ 10 ତାରିଖରେ ମୌସୁମୀ ବାୟୁ ପ୍ରବେଶ କରିବ । ଜୁନ 15 ବେଳକୁ ମୌସୁମୀ ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶା, ଗୁଜୁରାଟ ଓ ମଧ୍ୟ ପ୍ରଦେଶ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ରାଜ୍ୟର ନାମଆନୁମାନିକ ତାରିଖ
କେରଳ, ପୁଡୁଚେରୀ, ତାମିଲନାଡୁ1 ଜୁନ 2024
କର୍ଣ୍ଣାଟକ, ଗୋଆ, ଆସାମ, ତ୍ରିପୁରା, ଆନ୍ଧ୍ର ପ୍ରଦେଶ5 ଜୁନ 2024
ତେଲେଙ୍ଗାନା, ସିକିମ, ମହାରାଷ୍ଟ୍ର10 ଜୁନ 2024
ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶା, ଗୁଜୁରାଟ, ମଧ୍ୟ ପ୍ରଦେଶ15 ଜୁନ 2024
ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ, ଉତ୍ତରାଖଣ୍ଡ20 ଜୁନ 2024
ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ30 ଜୁନ 2024

ଏହା ବି ପଢନ୍ତୁ- ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ

ଏହାପରେ ମୌସୁମୀ ଧିରେ ଧିରେ ଆଗକୁ ବଢି ଜୁନ 20 ତାରିଖ ସୁଦ୍ଧା ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶର ବାକି ଥିବା ଅଞ୍ଚଳ ଓ ଗୁଜୁରାଟରେ ବାକି ଥିବା ଅଞ୍ଚଳରେ ପ୍ରବେଶ କରିବ । ଏହାପରେ ଜୁନ 25 ତାରିଖରେ ମୌସୁମୀ ଲଦାଖ ଓ ହିମାଚଳ ପ୍ରଦେଶ ଛୁଇଁବ । ଏହି ସମୟ ମଧ୍ୟରେ ମୌସୁମୀ ଉତ୍ତର ପ୍ରଦେଶ, ଗୁଜୁରାଟ ଓ ମଧ୍ୟ ପ୍ରଦେଶର ବାକି ଥିବା ଅଞ୍ଚଳରେ ମଧ୍ୟ ମୌସୁମୀ ବାୟୁ ପ୍ରବେଶ କରିବ । ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ରାଜସ୍ଥାନ କଥା କହିଲେ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ରାଜ୍ୟରେ ଜୁନ 30 ସୁଦ୍ଧା ମୌସୁମୀ ବାୟୁ ପ୍ରବେଶ କରିବ । ଏହାପରେ ରାଜସ୍ଥାନର ବାକି ଥିବା ଅଞ୍ଚଳରେ ଜୁଲାଇ 5 ତାରିଖରେ ମୌସୁମୀ ବର୍ଷା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.