ETV Bharat / state

ରାୟଗଡ଼ାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

author img

By

Published : Aug 15, 2022, 7:47 PM IST

76th independence day celebrated in rayagada
ରାୟଗଡ଼ାରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ରାୟଗଡ଼ାରେ ପାଳିତ ହୋଇଯାଇଛି ୭୬ତମ ସ୍ବାଧୀନତା ଦିବସ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧାଦେବ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ରାୟଗଡ଼ାରେ ପାଳିତ ହୋଇଯାଇଛି ୭୬ ତମ ସ୍ବାଧୀନତା ଦିବସ (76th Independence day Celebrated in Rayagada ) । ଜିଲ୍ଲା ସଦର ମହକୁମା ସ୍ଥିତ ଜିସିଡ଼ି ପଡିଆରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।

ରାୟଗଡ଼ାରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ଦେଶ ସ୍ବାଧୀନକୁ ୭୫ ବର୍ଷ ପୁରୁଛି । ବର୍ତ୍ତମାନ ସମୟରେ ବିଜ୍ଞାନ କ୍ଷେତ୍ରରେ ବହୁତ ପ୍ରଗତି କରିଥିବା ବେଳେ ଆଦିମ ଜନଜାତି ଡ଼ଙ୍ଗରିଆ କାନ୍ଧ, ଲାଞ୍ଜିଆ ସଉରାଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଆଦିମ ଜନଜାତିଙ୍କ ଅଞ୍ଚଳର ଉନ୍ନତି ଘଟିଛି ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ, ବିଶିଷ୍ଟ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.