ETV Bharat / state

ଭଉଁରିଆ ନଦୀବନ୍ଧ ଦବି 10 ଫୁଟ ଘାଇ ସୃଷ୍ଟି, ଶହଶହ ହେକ୍ଟର ଚାଷ ଜମିରେ ମାଡ଼ିଗଲା ବନ୍ୟାଜଳ

author img

By

Published : Aug 4, 2023, 9:56 PM IST

vegetable farm submerged in flood water
ଶହଶହ ହେକ୍ଟର ଚାଷ ଜମିରେ ମାଡ଼ିଗଲା ବନ୍ୟାଜଳ

ପୁରୀ ଅସ୍ତରଙ୍ଗ ଭଉଁରିଆ ନଦୀ ଘାଇଭଉଁରିଆ ନଦୀର ବନ୍ଧ ଦବି ଯିବାରୁ 10 ଫୁଟ ଘାଇ ସୃଷ୍ଟି ହୋଇଛି । ଶହଶହ ହେକ୍ଟର ଚାଷ ଜମିରେ ମାଡ଼ିଗଲା ବନ୍ୟାଜଳ । ଅଧିକ ପଢ଼ନ୍ତୁ

ଶହଶହ ହେକ୍ଟର ଚାଷ ଜମିରେ ମାଡ଼ିଗଲା ବନ୍ୟାଜଳ

ପୁରୀ: ବର୍ଷା ଆଣିିଛି ଦୁର୍ଦ୍ଦଶା । ପ୍ରବଳ ବର୍ଷା କେଉଁଠି ଜନ ଜୀବନ ଅସ୍ତବ୍ୟସ୍ତ କରି ପକାଇଛି ତ ଆଉ କେଉଁଠି ଚାଷୀଙ୍କ ବେଉସା ଉଜାଡ଼ି ଦେଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପ୍ରବାହିତ ଭଉଁରିଆ ନଦୀବନ୍ଧ ଦବି ଯିବାରୁ ଘାଇ ସୃଷ୍ଟି ହୋଇଛି । ଫଳରେ ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛି । ଅମଳ ନଷ୍ଟ ହୋଇଥିବା ଦେଖି ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ଲଘୁଚାପ ଜନିତ ବର୍ଷା ସହ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ମହାନଦୀର ଶାଖା ନଦୀ ଦେବୀ ନଦୀରେ ଏବେ ବନ୍ୟାଜଳ ପ୍ରବେଶ କରିବା ପରେ ଦେବୀ ନଦୀରୁ ବାହାରିଥିବା ଛୋଟ ନଦୀଗୁଡିକରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପ୍ରବାହିତ ଭଉଁରିଆ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କୂଳ ଲଂଘିଛି । ପ୍ରବଳ ଜଳସ୍ରୋତ ଯୋଗୁଁ ନଦୀବନ୍ଧ ଦବି ଯାଇ 10 ଫୁଟ ଘାଇ ସୃଷ୍ଟି ହୋଇଛି । ପୁଇଁଚାନ୍ଦିଆ ଠାରେ ଏହି ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଫଳରେ ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଛି । ଏହାଦ୍ବାରା ଚାଷ ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ମହାନଦୀର ଶାଖା ନଦୀରେ ବଢୁଛି ଜଳସ୍ତର, କଣାସର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ତେବେ ନଦୀ ବନ୍ଧ ମରାମତି ଠିକ୍ ଭାବେ କରାଯାଇନଥିବାରୁ ବନ୍ଧ ଦବିଯାଇ ଘାଇ ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ବନ୍ୟାପାଣି ମାଡ଼ି ଆସିବାରୁ ନିକଟରେ ଥିବା ଅନତା, ବରାଙ୍ଗ, ଆଳସାହୀ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ତେବେ ଘାଇ ସୃଷ୍ଟି ହୋଇଥିଲେ ମଧ୍ୟ ଜଳସେଚନ ବିଭାଗର କୌଣସି ଅଧିକାରୀଙ୍କ ଦେଖା ଦର୍ଶନ ନମିଳିବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସେପଟେ ପୁରୀର କଣାସ ଅଞ୍ଚଳରେ ଦୟା ନଦୀର ବନ୍ୟାଜଳ ବଡାସ, ଦୋକନ୍ଦା, ବଲଭଦ୍ରପୁର ଆଦି ପଞ୍ଚାୟତରେ ଶହଶହ ହେକ୍ଟର ଚାଷ ଜମିରେ ବଜ୍ୟାଜଳ ମାଡ଼ିଯିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି । ପୂର୍ବ ବର୍ଷ ବନ୍ୟାରେ ଚାଷୀ ବ୍ୟାପକ କ୍ଷତି ସହିଥିଲେ । ଅଣ୍ଟା ସଳଖି ନଥିବା ବେଳେ ପୁଣି ଚଳିତ ବନ୍ୟାରେ ଚାଷ କ୍ଷତିକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି କଣାସ ଅଞ୍ଚଳର ଚାଷୀ । ସରକାର ଚାଷୀଙ୍କୁ ସହାୟତାର ହାତ ବଢ଼ାଇ ବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.