ETV Bharat / state

ମହାନଦୀର ଶାଖା ନଦୀରେ ବଢୁଛି ଜଳସ୍ତର, କଣାସର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

author img

By

Published : Aug 4, 2023, 8:04 AM IST

Updated : Aug 4, 2023, 12:48 PM IST

ବଢୁଛି ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ବିଭିନ୍ନ ଶାଖା ନଦୀରେ ଜଳସ୍ତର । ତଳି ଅଞ୍ଚଳ ପରିଦର୍ଶନ ସହ ସ୍ଥିତ ଅନୁଧ୍ୟାନ କାର୍ଯ୍ୟରେ ପାଇଁ ଜଳ ବିଭାଗର ଯନ୍ତ୍ରୀଙ୍କୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ବଢୁଛି ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ବିଭିନ୍ନ ଶାଖା ନଦୀରେ ଜଳସ୍ତର
ବଢୁଛି ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ବିଭିନ୍ନ ଶାଖା ନଦୀରେ ଜଳସ୍ତର

କଣାସର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ପୁରୀ: ମହାନଦୀର ବନ୍ୟାଜଳ ଏବେ ତଳିଆ ଅଞ୍ଚଳରେ ଥିବା ବିଭିନ୍ନ ଶାଖା ନଦୀରେ ପ୍ରବେଶ କରିଛି । ମହାନଦୀର ବିଭିନ୍ନ ଶାଖା ନଦୀ ପୁରୀ ଜିଲ୍ଲା ଦେଇ ବଙ୍ଗୋପସାଗରରେ ମିଶିଛି ବନ୍ୟାଜଳ । ବନ୍ୟାଜଳ ଏବେ ଦୟା, ରାଜୁଆ, ମଲାଗୁଣି ପ୍ରବେଶ ପରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀ ପାଖରେ ଥିବା ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଛି । ଫଳରେ ହଜାର ହଜାର ହେକ୍ଟର ପନିପରିବା ଏବେ ବନ୍ୟାଜଳରେ ବୁଡ଼ି ରହିଛି । ପୁରୀ କଣାସ ବ୍ଲକର ରାଜୁଆ, ମଲାଗୁଣି, ବଡାସ, ଦୋକନ୍ଦା, ପାଣ୍ଡିଆକେରା ପଞ୍ଚାୟତରେ ଥିବା ହଜାର ହଜାର ହେକ୍ଟର ଚାଷ ଜମିଜଳ ମଗ୍ନ ହୋଇଛି । ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବା ଚାଷୀ । କେତେକ ଚାଷୀ କିଛି ପନିପରିବା ତୋଳି ଆଣିଥିବା ବେଳେ ଏହାକୁ ବିକ୍ରି କରିଛନ୍ତି । ବନ୍ୟାଜଳରେ ପନିପରିବା ବୁଡ଼ି ରହିଲେ ଏହା ପଚିଷଢୀ ଯାଇ ବିପୁଳ କ୍ଷତି ହେବ । ଗତ ବର୍ଷ ବନ୍ୟାରେ କଣାସ ଅଞ୍ଚଳର ଚାଷୀ ବିପୁଳ କ୍ଷତି ସହିଥିଲେ । ଚଳିତ ବନ୍ୟା ମଧ୍ୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେବ ବୋଲି ଚାଷୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:Flood in Jajpur: 50ରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀ, ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ


ସେପଟେ ସ୍ଵତନ୍ତ୍ର ରିଲିଫ କମିଶନର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ । ପିପିଲି ଜଳସେଚନ ବିଭାଗ ଅଧୀନରେ ଥିବା ଦୟାନଦୀର ବାମ ପାର୍ଶ୍ଵ ନଦୀ ବନ୍ଧ ବୁଲି ଦେଖିବା ସହିତ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ବିଶେଷ କରି ଧଉଳି, ଭାରତୀପୁର ଓ କଣ୍ଟିର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗ ସଜାଗ ରହିଥିବା ବେଳେ ବାଲି ବସ୍ତା ବିଭିନ୍ନ ସବଡିଭିଜନରେ ମହଜୁଦ ରହିଥିବା କହିଛନ୍ତି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ପୁରୀ ଜିଲ୍ଲାର ସବୁ ନଦୀ ବନ୍ଧ ସୁରକ୍ଷିତ ଅଛି । ସେ ନିଜେ 24 ଘଣ୍ଟିଆ ସ୍ଥିତି ଉପରେ ନଜର ରଖିଛନ୍ତି ।

ସେପଟେ କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି,‘‘ବନ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ବନ୍ୟା ଦ୍ବାରା ପ୍ରଥମେ କ୍ଷତି ହେବାର ଅଧିକ ସମ୍ଭାବନା ଥିବା ବଡାସ, ଦୋକନ୍ଦା, ବଲଭଦ୍ରପୁର ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚୋନା ହୋଇ ସବୁ ପ୍ରସ୍ତୁତି କରାଯାଇଛି । ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ସ୍ଥିତି ଦେଖିଲୋକଙ୍କୁ ସ୍ଥାନାନ୍ତର କରାଯିବ । କିଛି ପରିବା ଜମିରେ ବନ୍ୟା ଜଳ ମାଡ଼ିଯାଇଛି । ତେବେ ବନ୍ୟା ଜଳ କମିବା ପରେ କ୍ଷୟକ୍ଷତି ଆକଳନ ହେବ।’’

ଇଟିଭି ଭାରତ, ପୁରୀ

Last Updated :Aug 4, 2023, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.