ETV Bharat / state

ପୁରୀରେ ବିଜୟ ଦିବସ ପାଳିଲା ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି

author img

By ETV Bharat Odisha Team

Published : Sep 10, 2023, 10:13 AM IST

vijay samabesh in puri
ପୁରୀରେ ବିଶାଳ ଚାଷୀ ସମାବେଶ

ପୁରୀ ଜିଲ୍ଲା ବେଲଦଳ ଠାରେ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ପକ୍ଷରୁ ବିଜୟ ଦିବସ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

ପୁରୀରେ ବିଶାଳ ଚାଷୀ ସମାବେଶ

ପୁରୀ: ବେଲଦଳ ଠାରେ ଅନୁଷ୍ଠିତ ହେଲା ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ପକ୍ଷରୁ ବିଜୟ ଦିବସ । ରାଜ୍ୟ ସରକାର ଗରିବ,ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର କରି ଜୋର ଜବରଦସ୍ତି ଜମି ଅଧିଗ୍ରହଣ କରୁଥିବା ସମିତି ଅଭିଯୋଗ କରିଛି । ଖଣିଜ ସମ୍ପଦରେ ଭରପୁର ଓଡ଼ିଶାକୁ ବିଜେଡି ସରକାର ଟଙ୍କା ଲୋଭରେ ବେଆଇନ ଭାବେ ପୁଞ୍ଜିପତିଙ୍କୁ ଯେଭଳି ଟେକି ଦେଇଥିବା କହି ଏହାକୁ ଦୃଢ଼ ବିରୋଧ ପାଇଁ ଆହ୍ବାନ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ, ବିଶିଷ୍ଟ ସମାଜସେବୀ ମେଧା ପାଟେକର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ରବି ଦାଶ, ସମାଜସେବୀ ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ଯୋଗ ଦେଇଥିଲେ । ଏନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, "କେବଳ ବିଜେଡି ସରକାର ନୁହେଁ କେନ୍ଦ୍ର ବିଜେପି ସରକାର ମଧ୍ୟ ପୁଞ୍ଜିପତିଙ୍କ ଦଲାଲ ସାଜିଛି । ଅମ୍ବାନୀ, ଆଦାନୀଙ୍କୁ କେନ୍ଦ୍ର ସରକାର ଚାନ୍ଦା ପାଇଁ ସବୁ ଖଣି, ଜମି, ଜଙ୍ଗଲ ଟେକି ଦେଇଛନ୍ତି । ତେବେ ଜନସାଧାରଣ ଏକତ୍ର ନ ହୋଇ ଆନ୍ଦୋଳନ ନ କଲେ ବିଜେଡି ଓ ବିଜେପି ସରକାର ଓଡ଼ିଶା ଓ ଦେଶକୁ କାଙ୍ଗାଳ କରିଦେବେ । ଜଙ୍ଗଲ, ନଦୀ, ପ୍ରାକୃତିକ ପରିବେଶକୁ ଧ୍ଵଂସ କରିଦେବେ । ଏଣୁ ପ୍ରତେକ ନାଗରିକ ସଚେତନ ହୋଇ ଅନ୍ୟାୟ ଅନୀତି ବିରୋଧରେ ଆନ୍ଦୋଳନ, ପ୍ରତିବାଦ କଲେ ହିଁ ଦେଶକୁ ରକ୍ଷା କରିହେବ । ନ ହେଲେ ବିଜେଡି ଓ ବିଜେପିର ନେତା ମାନେ ଗରିବ ଲୋକଙ୍କ ହକ ଛଡ଼ାଇ ନେବେ ।"

ସୂଚନା ଥାଉକି, ପୁରୀ ଜିଲ୍ଲା ବେଲଦଳର 22 ମୌଜା ଅଞ୍ଚଳରେ 8 ହଜାର ଏକର ଜମି ବିଜେଡି ସରକାର ବେଦାନ୍ତକୁ ଟେକି ଦେଇଥିଲେ । ଏପରିକି ମହାପ୍ରଭୁଙ୍କ ଜମିକୁ ମଧ୍ୟ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ବିଜେଡି ସରକାର ଏହି ନୀତି ଯୋଗୁଁ 22ମୌଜା ଅଞ୍ଚଳର ହଜାର ହଜାର ଚାଷୀ ନିଜ ଜମି ହରାଇ ଜୀବିକା ଶୂନ୍ୟ ହୋଇ ପଡ଼ିଥିଲେ । ଉମା ବଲ୍ଲଭ ରଥଙ୍କ ନେତୃତ୍ଵରେ ଅନ୍ଦୋଳନ ପରେ ସରକାରଙ୍କ ଅନୀତି କାର୍ଯ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ଥିଲା । ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏହି ମାମଲା ମାଗଣାରେ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢିଥିଲେ । ପରେ ବେଦାନ୍ତକୁ ଓଡ଼ିଶା ସରକାର ଦେଇଥିବା ଜମିକୁ ସୁପ୍ରିମକୋର୍ଟ ବାତିଲ କରି ତୁରନ୍ତ ଜମିକୁ ଚାଷୀଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଗତକାଲି ବିଜୟ ଉତ୍ସବ ପାଳନ କରିଛି । ରାଜ୍ୟ ସରକାର ଚାଷୀଙ୍କୁ ଜମି ନ ଫେରାଇବା ଯାଏ ଜୋରଦାର ଅନ୍ଦୋଲୋନ ହେବ ବୋଲି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧି ସଂଘର୍ଷ ସମିତିର ଆବାହକ ଉମା ବଲ୍ଲଭ ରଥ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଶନିବାର ପୁରୀରେ ବିଶାଳ ଚାଷୀ ସମାବେଶ

ଦେଶରେ ବିଜେପି ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରି ଗରିବଙ୍କ ଉପରେ ଅତ୍ୟାଚାର କରୁଛି । ଏଣୁ ଲୋକ ମାନେ ସତର୍କ ହୋଇ ଏହାର ପ୍ରତିବାଦ କରିବା ଉଚିତ୍‌ । ତେବେ ଚାଷୀଙ୍କୁ କିଭଳି ତାଙ୍କର ଜମି ପୁଣି ମିଳିପାରିବ ସେନେଇ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି । ପୁରୀ ସଦର ବେଲଦଳ ଠାରେ ଆୟୋଜିତ ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ବିସ୍ଥାପିତ, ଚାଷୀ ନେତା, ଶ୍ରମିକ ନେତା, ବିଭିନ୍ନ ରାଜନୈତିକ ଦଳର ନେତା ଯୋଗ ଦେଇ ଓଡ଼ିଆରେ କମ୍ପାନୀ ରାଜକୁ ଦୃଢ଼ ପ୍ରତିରୋଧ କରିବା ପାଇଁ ସଂକଳ୍ପ ନେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.