ETV Bharat / state

ପିପିଲିରେ ନବବଧୂ ହତ୍ୟା ଅଭିଯୋଗ

author img

By

Published : Jun 20, 2021, 7:44 PM IST

ନବବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ନବବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପିପିଲିରେ ଏକ ନବବଧୂକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ପୁରୀ: ପିପିଲିରେ ଏକ ବଧୂହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ମହିଳା ଜଣକ ହେଲେ ସିନୁ ରାଉତ । ତେବେ ସିନୁଙ୍କ ମୃତ୍ୟୁ ସନ୍ଦେହଜନକ ଭାବେ ହୋଇଥିବା ଜଣା ପଡିବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ପିପିଲି ଥାନା ଅନ୍ତର୍ଗତ ସୁହାଗପୁର ଗ୍ରାମର କୈଳାଶ ବରାଳଙ୍କ ପୁଅ ବିରଞ୍ଚି ବରାଳଙ୍କୁ ଡେଲାଙ୍ଗ ଥାନା ମୁନିଦା ଗ୍ରାମର ଗୁରୁନାଥ ରାଉତଙ୍କ ଝିଅ ସିନୁ ରାଉତ ଗତ 09-05-2021ରେ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ନବ ବିବାହିତା ସିନୁଙ୍କ ଦେହ ଖରାପ ହେବା ଯୋଗୁଁ ମୁନିଦାସ୍ଥିତ ବାପଘରେ ରହି ସିନୁ ସୁସ୍ଥ ହୋଇ ଶ୍ବଶୁର ଘର ସୁହାଗପୁରକୁ ଫେରିଥିଲେ ।

ନବବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ହେଲେ ହଠାତ ସିନୁଙ୍କ ନଣନ୍ଦ ନବ ବିବାହିତା ସିନୁଙ୍କ ମୃତ୍ୟୁ ହୋଇଥିବା ଖବର ଫୋନ ଯୋଗେ ମୁନିଦାସ୍ଥିତ ବାପ ଘରକୁ ଜଣାଇଥିଲେ । ପରେ ସନ୍ଦେହ ହେବାରୁ ମୃତଦେହକୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ତେବେ ସାତଶଙ୍ଖ ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣା ପଡିଛି । ସେପଟେ ନବ ବିବାହିତା ମୃତକ ସିନୁଙ୍କ ପିତା ଏବଂ ଭାଇ ତାଙ୍କ ଝିଅକୁ ଶ୍ବଶୁର ଘର ଲୋକେ ମାରି ଦେଇଥିବା ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ପୋଲିସ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.