ETV Bharat / state

୨୭ରେ ଶ୍ରୀମନ୍ଦିର ପରିଚାଳନା କମିଟି; ସ୍ନାନଯାତ୍ରା ଓ ରଥଯାତ୍ରା ପରିଚାଳନା ଉପରେ ସମୀକ୍ଷା

author img

By

Published : Jul 13, 2023, 6:40 PM IST

ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି
ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ସ୍ନାନଯାତ୍ରା ଓ ରଥଯାତ୍ରା ପରିଚାଳନା ଉପରେ ସମୀକ୍ଷା ପାଇଁ ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । ଅଧିକ ପଢ଼ନ୍ତୁ

ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ: ସ୍ନାନଯାତ୍ରା ଓ ରଥଯାତ୍ରାର ପରିଚାଳନା ଉପରେ ଆସନ୍ତା ଜୁଲାଇ ୨୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଜୁଲାଇ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଏଥିରେ ଚଳିତବର୍ଷର ସ୍ନାନଯାତ୍ରା ଓ ରଥଯାତ୍ରା ବିଶୃଙ୍ଖଳାର ବିସ୍ତୃତ ସମୀକ୍ଷା କରାଯିବ । ଏଥିସହ ଚଳିତବର୍ଷ ମେ’ ୨୯ ତାରିଖ ଓ ଜୁନ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବିବରଣୀ ସମ୍ପର୍କରେ ଦୃଢିକରଣ କରାଯିବ । ଗତବର୍ଷ ସେପ୍ଟେମ୍ବର ୨୭ ଓ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ବିବରଣୀର ଅନୁପାଳନ, ସେବକ ବାସଗୃହ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ, ବାଉଳି ମଠ ଉନ୍ନତୀକରଣ ସମ୍ପର୍କରେ ଆଲୋଚନା ହେବ । ଗତ ଜାନୁଆରି ୧୭ ତାରଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଭୂମି ଓ ପ୍ରକଳ୍ପ ସବ୍‌କମିଟି ବିବରଣୀ ଅନୁମୋଦନ ହେବ । ଅନ୍ୟାନ୍ୟ ପ୍ରସଙ୍ଗ ବି ଆଲୋଚନା ହେବାକୁ ସ୍ଥିର କରାଯାଇଛି ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ ହେଉ: ଦଇତାପତି ନିଯୋଗ

ଗତ ରଥଯାତ୍ରାରେ ବ୍ୟାପକ ବିଶୃଙ୍ଖଳା ଦେଖାଦେଇଥିଲା । ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନିତୀ ବେଳେ ମହାପ୍ରଭୁ ତଳକୁ ଢ଼ଳି ପଡ଼ିଥିଲେ। ସଠିକ୍ ଭାବରେ ପହଣ୍ଡି ନହେବାରୁ ଏହି ଏହି ଅଘଟଣ ହୋଇଥିଲା । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । କେବଳ ସେତିକି ନୁହେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ରଥ ଉପରେ ବାରଣ ସତ୍ତ୍ୱେ ଅଧିକ ସେବାୟତ ଥିବାରୁ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରିନଥିଲା ।

ସେହିପରି ରଥ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ନୀତିରେ ବିଳମ୍ୱ ହେବା । ହେରା ପଞ୍ଚମୀ ନୀତିରେ ଅହେତୁକ ବିଳମ୍ବକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମି ଦୁଃଖ ପ୍ରକାଶ କରିଥଲେ । ତେବେ ଏହି ସବୁ ବିଶୃଙ୍ଖଳା ପଛରେ ଯାହାର ହାତ ରହିଛି ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ପାଇଁ ଦାବି ହୋଇଛି । ଏବେ ସମସ୍ତଙ୍କ ଅପେକ୍ଷା ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଏ ନେଇ କଣ ପଦକ୍ଷେପ ନିଆଯାଉଛି । ନା ପୂର୍ବ ଭଳି ଘଣ୍ଟ ଘୋଡାଇ ଶ୍ରୀ ମନ୍ଦିର ପ୍ରଶାସନ କିଛି କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ଦେଖିବାକୁ ବାକି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.