ETV Bharat / state

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା

author img

By ETV Bharat Odisha Team

Published : Oct 14, 2023, 5:14 PM IST

ଶ୍ରୀକ୍ଷେତ୍ରରେ ଆଷାଢ ମାସରେ ଶ୍ରୀଗୁଣ୍ତିଚା ପରେ ଆଶ୍ବିନ ମାସରେ ଆଉ ଏକ ଗୁପ୍ତ ଗୁଣ୍ତିଚା ଯାତ୍ରାର ଆୟୋଜନ କରାଯାଇଥାଏ । ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବା ଦିନଠାରୁ ଏହି ଗୁପ୍ତ ଗୁଣ୍ତିଚା ଯାତ୍ରା ୧୬ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଲୋକକଥା ଅନୁଯାୟୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ତିଚା ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇନଥିବାରୁ ଏହି ଗୁପ୍ତ ଗୁଣ୍ତିଚାର ଆୟୋଜନ କରାଯାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ । ଅଧିକ ପଢନ୍ତୁ

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ  ହେଲା ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା
ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା

ପୁରୀ: ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା । ଦୁର୍ଗାମାଧବଙ୍କ ଉପାସନାର ପ୍ରତୀକ ସ୍ଵରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁପ୍ତ ଗୁଣ୍ଡିଚାରେ ମହାଲକ୍ଷ୍ମୀ ସ୍ବରୂପା ମା’ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି । ଶ୍ରୀଗୁଣ୍ତିଚା ଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ଆଶ୍ବିନ ମାସରେ ଏହି ଗୁପ୍ତ ଗୁଣ୍ଡିଚାର ଆୟୋଜନ ହୋଇଥାଏ ବୋଲି ଲୋକକଥା ରହିଛି । ଏହି ଗୁପ୍ତ ଗୁଣ୍ତିଚାରେ ଶ୍ରୀମନ୍ଦିରରୁ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଆସିଛନ୍ତି । ଏଠାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ପରେ ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ଦୁର୍ଗାମାଧବ ।

ଶ୍ରୀକ୍ଷେତ୍ରରେ ଆଷାଢ ମାସରେ ଶ୍ରୀଗୁଣ୍ତିଚା ପରେ ଆଶ୍ବିନ ମାସରେ ଆଉ ଏକ ଗୁପ୍ତ ଗୁଣ୍ତିଚା ଯାତ୍ରାର ଆୟୋଜନ କରାଯାଇଥାଏ । ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବା ଦିନଠାରୁ ଏହି ଗୁପ୍ତ ଗୁଣ୍ତିଚା ଯାତ୍ରା ୧୬ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଲୋକକଥା ଅନୁଯାୟୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ତିଚା ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇନଥିବାରୁ ଏହି ଗୁପ୍ତ ଗୁଣ୍ତିଚାର ଆୟୋଜନ କରାଯାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ । ତେବେ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ତିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି ।

ଅଧିକ ପଢନ୍ତୁ- ମହାପ୍ରଭୁଙ୍କ ରାଜେନ୍ଦ୍ରଭିଷେକ ନୀତି, ଚଳଚଞ୍ଚଳ ଶ୍ରୀମନ୍ଦିର

ଏହି ଗୁପ୍ତ ଗୁଣ୍ତିଚା ଯାତ୍ରାରେ ବିମଳା ମନ୍ଦିରରରେ ସକାଳ ଧୂପ ଶେଷ ହେବାପରେ ଦୁର୍ଗାମାଧବଙ୍କୁ ଏକତ୍ର ଏକ ବିମାନରେ ବସାଇ ନିଆଯାଇଥାଏ । ମାଧବ ଭାବେ ଜଗନ୍ନାଥଙ୍କ ଏକ ପ୍ରତିକୃତି ଓ ଦୁର୍ଗାଙ୍କର ଏକ ପ୍ରତିମୂର୍ତ୍ତିକୁ ସିଂହାରୀ ସେବାୟତମାନେ ଏକାଠି ନେବାର ପରମ୍ପରା ରହିଛି । ନାରାୟଣୀ ମନ୍ଦିରରେ ଦୁର୍ଗାମାଧବ ପହଞ୍ଚିବା ପରେ ସେଠାରେ ପୂଜା ନୀତି ଅନୁଷ୍ଠିତ ହୋଇ ପୁଣି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ବିଶେଷ କରି ଏହି ଅବସରରେ ନାରାୟଣୀ ମନ୍ଦିରରେ ଦୁର୍ଗାମାଧବଙ୍କୁ ମାଣ୍ଡୁଅ ଭୋଗ କରାଯାଇଥାଏ ।

ଏହି ଗୁପ୍ତ ଗୁଣ୍ତଚାକୁ ଶାକ୍ତ ଗୁଣ୍ତିଚା ଭାବେ ମଧ୍ୟ ନାମିତ କରାଯାଇଥାଏ । ଶାରଦୀୟ ଷୋଡ଼ଦିନାତ୍ମକ ପୂଜା ଅବସରରେ ଏହି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେଉଥିବାରୁ ଏହି ଯାତ୍ରାର ବିଶେଷ ମହତ୍ତ୍ବ ରହିଛି ବୋଲି କହିଛନ୍ତି ସେବାୟତ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.