ETV Bharat / state

‘ଗୁଣ୍ଡିଚା ଯାତ୍ରାରେ ହୋଇଛି ବିଭ୍ରାଟ, ବାହୁଡାରେ ହେଉ କଡାକଡି କଟକଣା’

author img

By

Published : Jul 19, 2021, 5:19 PM IST

Updated : Jul 19, 2021, 5:59 PM IST

ରଥଯାତ୍ରାରେ ଉଲଙ୍ଘନ ହୋଇଛି କଟକଣା, ବାହୁଡାରେ ହେଉ କଡାକଡି
ରଥଯାତ୍ରାରେ ଉଲଙ୍ଘନ ହୋଇଛି କଟକଣା, ବାହୁଡାରେ ହେଉ କଡାକଡି

ଗୁଣ୍ଡିଚା ଯାତ୍ରା ଅବ୍ୟବସ୍ଥା ଓ ନିୟମ ଉଲଙ୍ଘନ ନେଇ ପ୍ରଶାସନକୁ ଦାୟୀ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । କହିଲେ ବାହୁଡାରେ ନହେଉ ପୁନରାବୃତ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଗୁଣ୍ଡିଚା ଯାତ୍ରା ବେଳେ କଟକଣା ଜୋରଦାର କରାଗଲା । କେବଳ ପୁରୀବାସୀଙ୍କ ପାଇଁ କଟକଣା ଜୋର ହୋଇଥିବା ପରି ଲାଗିଲା । ହେଲେ ପୁରୀ ବାହାର ଲୋକ ଅବାଧରେ ପ୍ରବେଶ କଲେ । ତମାମ ପ୍ରଶାସନିକ ପ୍ରସ୍ତୁତି ପରେ ମଧ୍ୟ ସରକାରୀ କଟକଣା ଉଲଙ୍ଘନ କରି ରଥାଯାତ୍ରାରେ ସାମିଲ ହେଲେ । ଆଗକୁ ବାହୁଡାଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ସହ ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି । ତେଣୁ କଟକଣା କଡାକଡି କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ରଥଯାତ୍ରାରେ ଉଲଙ୍ଘନ ହୋଇଛି କଟକଣା, ବାହୁଡାରେ ହେଉ କଡାକଡି

ବିଜୟ କହିଛନ୍ତି, 2020 ଜୁନ 22ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା କୋଭିଡ଼ ନିୟମ ଅନୁସାରେ ହୋଇଥିଲା । ସେଥିପାଇଁ ଅନେକ କଟକଣା ରହିଛି ଯେଉଁଥିରେ ସ୍ପଷ୍ଟ ଭାବେ ରହିଛି କି ରଥଯାତ୍ରା ସମୟରେ ପୁରୀକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ବିଭିନ୍ନ ସ୍ଥାନରେ ଚେକପୋଷ୍ଟ ରହିବ । 5 ଶହ ସେବାୟତଙ୍କୁ ନେଇ ରଥଯାତ୍ରା ହେବା କଥା । ହେଲେ ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାବେଳେ ସବୁ ନିୟମର ଖୋଲାଖୋଲି ଉଲଙ୍ଘନ ହେଲା । ଅନେକ ଲୋକ କଟକଣା ସତ୍ତ୍ବେ ମଧ୍ୟ ରଥଯାତ୍ରା ଦେଖିଲେ ଓ ସେଲ୍ଫି ଉଠାଇଲେ । ଏଥିରୁ ସ୍ପଷ୍ଟ ଯେ, ନିୟମରେ ଉଲଂଘନ ହୋଇଛି । ଆଉ ଯେଉଁମାନେ ନିୟମର ଉଲଂଘନ କରିଛନ୍ତି, ସମସ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ବିଜୟ ।

ସେହିପରି ଆହୁରି ମଧ୍ୟ ସେ କହିଛନ୍ତି ,ବାହୁଡାଯାତ୍ରା ବେଳେ ଏଭଳି ଢିଲା ବ୍ୟବସ୍ଥା ନ ହେଉ, ନଚେତ ପୁରୀବାସୀଙ୍କୁ ରଥ ଦେଖିବା ପାଇଁ ଛଡାଯାଉ । ଅନ୍ତତଃପକ୍ଷେ ନିୟମକୁ କଡାକଡି କରାଯିବା ସହ ଗୁଣ୍ଡିଚା ଯାତ୍ରା ଭଳି ବିଭ୍ରାଟ ନହେଉ ବୋଲି ଦାବି କରିଛନ୍ତି ବିଜୟ । ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ହୋଇଥିବା ବିଭ୍ରାଟ ପାଇଁ ବିଜୟ ମନ୍ଦିର ଓ ପୁରୀ ଜିଲ୍ଲା ପ୍ରଶାସନକୁ ଦାୟୀ । ଗୁଣ୍ଡିଚା ସମୟରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ପାସ ବିତରଣର ଦାୟିତ୍ବ ନେଇଥିଲେ । ଆଉ ପୋଲିସ ମଧ୍ୟ କିଛି ଲୋକଙ୍କୁ ଛାଡି ଦେଇଛି । ତେଣୁ ମହାପ୍ରଭୁଙ୍କ ବାହୁଡାରେ ଏପରି ଅବ୍ୟବସ୍ଥାର ପୁନରାବୃତ୍ତି ନହେଉ ବୋଲି ବିଜୟ ମହାପାତ୍ର ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Jul 19, 2021, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.