ETV Bharat / state

ସ୍ବର୍ଗଦ୍ବାରରେ ହେବନି ବାହାର ଜିଲ୍ଲାବାସୀଙ୍କ ଅନ୍ତିମ ସଂସ୍କାର, ପୂର୍ବ ପରି ଲାଗିଲା କଟକଣା

author img

By

Published : Jan 8, 2022, 5:00 PM IST

ସ୍ବର୍ଗଦ୍ବାରରେ ହେବନି ଅନ୍ତିମ ସଂସ୍କାର, ପୂର୍ବ ପରି ଲାଗିଲା କଟକଣା
ସ୍ବର୍ଗଦ୍ବାରରେ ହେବନି ଅନ୍ତିମ ସଂସ୍କାର, ପୂର୍ବ ପରି ଲାଗିଲା କଟକଣା

ପୁରୀ ସ୍ବର୍ଗଦ୍ବାରରେ ଆଉ ବାହାର ଜିଲ୍ଲାବାସୀ କରିପାରିବେ ନାହିଁ ମୃତଦେହର ଅନ୍ତିମ ସଂସ୍କାର । ପୁଣି କଟକଣା ଲାଗୁ କଲା ପୁରୀ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ପୁରୀ: ରାଜ୍ୟରେ ଦ୍ରୁତ ଗତିରେ ପୁଣି ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଥିଲାଗି ରାଜ୍ୟ ସରକାର କୋଭିଡ଼ ନିୟମକୁ ପୁଣି କଡ଼ାକଡ଼ି ଲାଗୁ କରିଛନ୍ତି । ଏହାରି ମଧ୍ୟରେ ପୁରୀ ଜିଲ୍ଲା ବ୍ୟତୀତ ବାହାର ଜିଲ୍ଲାରୁ ଆସୁଥିବା ମୃତଦେହର ଅନ୍ତିମ ସଂସ୍କାର ସ୍ବର୍ଗଦ୍ବାରରେ ହୋଇପାରିବ ନାହିଁ । ଏ ନେଇ ଉପଜିଲ୍ଲାପାଳ ଭବ ତାରଣ ସାହୁ ସୂଚନା ଦେଇଛନ୍ତି ।

ସ୍ବର୍ଗଦ୍ବାରରେ ହେବନି ବାହାର ଜିଲ୍ଲାବାସୀଙ୍କ ଅନ୍ତିମ ସଂସ୍କାର, ପୂର୍ବ ପରି ଲାଗିଲା କଟକଣା

ଭକ୍ତ ଓ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ 10 ତାରିଖରୁ 31 ତାରିଖ ଯାଏଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ସେପଟେ ପୂର୍ଵ ବର୍ଷ ଭଳି ସ୍ଵର୍ଗଦ୍ବାରରେ ମଧ୍ୟ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି କରାଯାଇଛି । ପୁରୀ ଜିଲ୍ଲା ବାହାରର ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସ୍ବର୍ଗଦ୍ବାରରେ କରିବା ଉପରେ କଟକଣା ଲାଗୁ ହୋଇଛି । ସ୍ଵର୍ଗଦ୍ବାରରେ କେଵଳ ପୁରୀ ଜିଲ୍ଲାର ଲୋକମାନେ ନିଜ ମୃତ ପରିଜନଙ୍କ ଅନ୍ତିମ ସଂସ୍କାର କରିପାରିବେ ।

ଏହା ବି ପଢନ୍ତୁ: Puri Temple To Remain Closed: ସୋମବାରରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ତେବେ ଅନ୍ତିମ ସଂସ୍କାର ପୂର୍ବରୁ କୋଭିଡ଼ରେ ମୃତ୍ୟୁ ହୋଇ ନ ଥିବା ପ୍ରମାଣ ପତ୍ର ଦେଖାଇବାକୁ ପଡି଼ବ ବୋଲି ମଧ୍ୟ କୁହାଯାଇଛି । ଗତବର୍ଷ ମଧ୍ୟ ରାଜ୍ୟରେ କୋରୋନା ସଂକ୍ରମଣ ବଢିବା ପରେ ଏହି ନିଷ୍ପତ୍ତି ଲାଗୁ କରାଯାଇଥିଲା । ଫଳରେ ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ କେହି ସ୍ବର୍ଗଦ୍ବାରରେ ନିଜ ମୃତ ପରିଜନଙ୍କ ଅନ୍ତିମ ସଂସ୍କାର କରିବାରୁ ବଞ୍ଚିତ ହୋଇଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.