ETV Bharat / city

Puri Temple To Remain Closed: ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

author img

By

Published : Jan 7, 2022, 7:24 PM IST

Updated : Jan 10, 2022, 11:31 AM IST

ଆଜିଠୁ (ସୋମବାର) ଜାନୁଆରୀ 10 ରୁ 31 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ଅଧିକ ପଢନ୍ତୁ

Puri Temple To Remain Closed: ସୋମବାରରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
Puri Temple To Remain Closed: ସୋମବାରରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ଆଜିଠୁ (ସୋମବାର) ଜାନୁଆରୀ 10 ରୁ 31 ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଲା(Puri Temple To Remain Closed) । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଦର୍ଶନକୁ ବାରଣ କରାଯାଇଛି ।

ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ସନ୍ଧ୍ୟାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଛତିଶା ନିଯୋଗ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ବିଭାଗର ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ତେବେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଆଗମନ ହେଉଥିଲା । ଫଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ଏପରିକି ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀ କୋରୋନାରେ ଆକ୍ରାନ୍ତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Night Curfew In Odisha: ହୁସିଆର ବାହାରେ ବୁଲିଲେ ଅଟକାଇବ ଖାକି, ଟ୍ବିନସିଟି ଜଗିବେ 25 ପ୍ଲାଟୁନ ଫୋର୍ସ

ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ସମସ୍ୟା ଉପୁଜୁ ତାହାକୁ ଦ୍ରୁଷ୍ଟିରେ ରଖାଯାଇ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି କେବଳ ପାଳି ଥିବା ସେବାୟତ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ନିୟମ କରାଯାଇଛି । ସେବାୟତଙ୍କ ପରିବାର ଲୋକେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇ ପାରିବେ ନାହିଁ ।

ସେବାୟତମାନେ କୋଭିଡ ନିୟମକୁ ମାନି ମାସ୍କ, ସାନିଟାଇଜ, ସାମାଜିକ ଦୂରତା ପାଳନ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 31 ତାରିଖରେ ପରବର୍ତ୍ତୀ ବୈଠକରେ କୋଭିଡ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ ଗତ ତିନି ଦିନ ମଧ୍ୟରେ ରାଜ୍ୟରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଫଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 10, 2022, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.