ETV Bharat / state

ପୁରୀରେ ବଢୁଛି ଅପରାଧ, ଗରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାରେ 6 ଗିରଫ

author img

By

Published : Jul 30, 2023, 6:20 PM IST

ଗୁରୁକୃପା ଆଶ୍ରମର ହତ୍ୟାକାଣ୍ଡ ଘଟଣାରୁ ରହସ୍ୟ ଉନ୍ମୋଚନ କଲା ପୋଲିସ
ଗୁରୁକୃପା ଆଶ୍ରମର ହତ୍ୟାକାଣ୍ଡ ଘଟଣାରୁ ରହସ୍ୟ ଉନ୍ମୋଚନ କଲା ପୋଲିସ

ଗରୁକୃପା ଆଶ୍ରମ ହତ୍ୟାକାଣ୍ଡ ଓ ମୁକୁନ୍ଦମିଶ୍ର ନଗର ବୋମାମାଡ ଘଟଣାରେ ପୁରୀ ପୋଲିସର ସାମ୍ୱାଦିକ ସମ୍ମିଳନୀ । ଆଶ୍ରମ ହତ୍ୟାକାଣ୍ଡ ଘଟଣାରେ ଜଣେ ଓ ବୋମାମାଡ ଘଟଣାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ । ଅଧିକ ପଢନ୍ତୁ

ଗୁରୁକୃପା ଆଶ୍ରମର ହତ୍ୟାକାଣ୍ଡ ଘଟଣାରୁ ରହସ୍ୟ ଉନ୍ମୋଚନ କଲା ପୋଲିସ

ପୁରୀ: ପୁରୀ ବାସେଳୀ ସାହି ଗୁରୁକୃପା ଆଶ୍ରମର ହତ୍ୟାକାଣ୍ଡ ଘଟଣାରୁ ରହସ୍ୟ ଉନ୍ମୋଚନ କଲା ପୋଲିସ । ହଠାତ୍ ଦୁଇ ବାବାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଉତ୍ତେଜିତ ହୋଇ ଅଭିଯୁକ୍ତ ବିଷ୍ଣୁ ବାବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ସେହିପରି ସେହିଦିନ ରକ୍ତମୁଖା ବିଷ୍ଣୁ ବାବାର ଆକ୍ରମଣର ଶିକାର ହୋଇଥିବା ବାବା ଦୟାନିଧି ଦାସଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବାବା ଦୟାନିଧି ଦାସ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ପୁରୀ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି,"ଅଭିଯୁକ୍ତ ବିଷ୍ଣୁ ବାବା ପ୍ରଥମେ କାଠ ଫାଳିଆରେ ଅର୍ଜୁନ ବାବାଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲେ । ପରେ ସେହି ମଠରେ ଥିବା ଦୟାନିଧି ବାବାଙ୍କୁ ଏକ ଇଟାରେ ଅତି ନୃଶଂସ ଭାବେ ଆକ୍ରମଣ କରି ଗୁରୁତର କରିଦେଇଥିଲା । ତେବେ ଅଭିଯୁକ୍ତ ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନାକୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆବଶ୍ୟକ ପଡ଼ିଲେ ତାକୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ । ପୁରୀରେ ଥିବା ବିଭିନ୍ନ ମଠ ଏବଂ ଆଶ୍ରମଗୁଡ଼ିକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଯାଞ୍ଚ କରିବା ସହ ଆଶ୍ରମରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତଥ୍ୟ ରଖାଯିବ ।"

ଅଧିକ ପଢନ୍ତୁ: ଗୁରୁକୃପା ଆଶ୍ରମରେ ଜଘନ୍ୟକାଣ୍ଡ, କାଠ ଫାଳିଆରେ ପିଟିପିଟି ବାବାଙ୍କୁ ହତ୍ୟା କଲେ ଆଉ ଜଣେ ବାବା

ଏହାସହ ଡିଏସପି ପ୍ରଶାନ୍ତ କୁମାର ସାହୁ ମୁକୁନ୍ଦ ମିଶ୍ର ନଗର ବୋମା ମାଡ ଘଟଣା ସମ୍ପର୍କରେ ତଥ୍ୟା ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି,"ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ଗତ ଜୁଲାଇ ୨୭ ତାରିଖରେ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିଲୁ ବରାଳ ଓ ତା ଗ୍ୟାଙ୍ଗକୁ ଗିରଫ କରିଛି ସଦର ଥାନା ପୋଲିସ । ଅଭିଯୁକ୍ତ ନିଲୁ ଏବଂ ତା'ର ସହଯୋଗୀ ମୋଟ ୫ ଜଣ ଓଡ଼ିଶାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସର ସ୍ବତନ୍ତ୍ର ସ୍କ୍ୱାଡ୍‌ କଟକ ଏବଂ ଭୁବନେଶ୍ବରରୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜୟ କୁମାର ଖୁଣ୍ଟିଆଙ୍କୁ ଜୀବନରେ ମାରି ଦେବାପାଇଁ ନିଲୁ ବରାଳ ଯୋଜନା କରି ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲା । ସୌଭାଗ୍ୟବଶତଃ ବିଜୟ ଘରେ ନଥିବାରୁ ସେ ବର୍ତ୍ତି ଯାଇଥିଲେ । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ନିଲୁ ବରାଳ ଓ ତା ଗ୍ୟାଙ୍ଗଠାରୁ ଚାରୋଟି ବୋମା ଜବତ କରିଛି ସଦର‌ ଥାନା ପୋଲିସ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.