ETV Bharat / state

ଗୁରୁକୃପା ଆଶ୍ରମରେ ଜଘନ୍ୟକାଣ୍ଡ, କାଠ ଫାଳିଆରେ ପିଟିପିଟି ବାବାଙ୍କୁ ହତ୍ୟା କଲେ ଆଉ ଜଣେ ବାବା

author img

By

Published : Jul 28, 2023, 9:47 PM IST

Updated : Jul 28, 2023, 9:58 PM IST

ପୁରୀ ବାସେଳି ସାହି ଗୁରୁକୃପା ଆଶ୍ରମରେ ହତ୍ୟା । ଜଣେ ବାବାଙ୍କୁ ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୁରୀ ବାସେଳି ସାହି ଗୁରୁକୃପା ଆଶ୍ରମରେ ହତ୍ୟା
ପୁରୀ ବାସେଳି ସାହି ଗୁରୁକୃପା ଆଶ୍ରମରେ ହତ୍ୟା

ପୁରୀ ବାସେଳି ସାହି ଗୁରୁକୃପା ଆଶ୍ରମରେ ହତ୍ୟା

ପୁରୀ: ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ । ବାବାଙ୍କ ନାରକୀୟ କାଣ୍ତ । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ । ସେହିପରି ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ ମଧ୍ୟ କରିଛନ୍ତି । ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ ଦାସ । ସେହିପରି ଆହତ ହୋଇଥିବା ବାବାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ବାବା ଜଣକ ହେଉଛି ବିଷ୍ଣୁ ଓରଫ ରବୀନ୍ଦ୍ର ଜେନା ।

ତେବେ ଆଶ୍ରମରେ ରହୁଥିବା ଅନ୍ୟ ସାଧୁମାନଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ବିଷ୍ଣୁ ବାବା ଆଜି ଅପରାହ୍ନରେ ବାହାରୁ ନିଶା ସେବନ କରି ଆଶ୍ରମ ଆସିଥିଲା । ପରେ ଆଶ୍ରମର ଉପର ମହଲାର କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ହଠାତ୍ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା । ଅତି ନିର୍ମମ ଭାବେ କାଠ ଫାଳିଆରେ ବାରମ୍ବାର ମୁଣ୍ଡକୁ ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ରକ୍ତମୁଖା ହୋଇପଡ଼ିଥିବା ବିଷ୍ଣୁ ଆଉ ଜଣେ ବାବାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ଶବ୍ଦଶୁଣି ଅନ୍ତେବାସୀ ଆସି ବିଷ୍ଣୁଙ୍କୁ ଅଟାଇଥିଲା । ପରେ ଘଟଣା ବିଷୟରେ ଆଶ୍ରମର ଅନ୍ତେବାସୀମାନେ ବାସେଳି ସାହି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସହ ଏସ୍‌ପି, ଅତିରିକ୍ତ ଏସ୍‌ପି ଓ ସିଟି ଡିଏସ୍‌ପି ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛନ୍ତି ।

ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର କହିଛନ୍ତି , "ଗୁରୁକୃପା ଆଶ୍ରମରେ ଏକ ହତ୍ୟା ଖବର ଥାନାରେ ପହଞ୍ଚି ଥିଲା । ଅଭିଯୁକ୍ତ ବିଷ୍ଣୁକୁ ଅନ୍ତେବାସୀ ଅଟକ ରଖିଥିଲେ । ତେବେ ଅଭିଯୁକ୍ତକୁ ପଚରାଉଚରା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ।"

ଏହି ବି ପଢନ୍ତୁ: ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେ ଶାଶୁଘର ଲୋକେ !

ତେବେ ନିକଟରେ କଳାହାଣ୍ତିରେ ମଧ୍ୟ ଜଣେ ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଅସିଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ଗ୍ରାମରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ମୃତ ମହିଳା ହେଉଛନ୍ତି ଉର୍ମିଳା ନାଗ ଓରଫ ପୂଜା । ଶାଶୁଘର ଲୋକେ ତାଙ୍କୁ ପୋଡି ମାରି ଦେଇଥିବା ମହିଳାଙ୍କ ବାପା କୋକସରା ଥାନାରେ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 28, 2023, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.