ETV Bharat / state

ପୁରୀରେ ମାଡୁଛି କୋଭିଡ, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Jan 7, 2022, 3:20 PM IST

ପୁରୀରେ କୋଭିଡ ଗାଇଡ଼ ଲାଇନ ବ୍ୟବସ୍ଥା ସମୀକ୍ଷା କଲେ ଜିଲ୍ଲାପାଳ
ପୁରୀରେ କୋଭିଡ ଗାଇଡ଼ ଲାଇନ ବ୍ୟବସ୍ଥା ସମୀକ୍ଷା କଲେ ଜିଲ୍ଲାପାଳ

ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରୁ ପୁଣି 30 ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ରାଜ୍ୟସରକାରଙ୍କ ନୂଆ sop ଅନୁଯାଇ ନୂଆ କଟକଣା ଜାରି କରାଯାଇଛି l ଅଧିକ ପଢନ୍ତୁ

ପୁରୀ: ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରୁ ପୁଣି 30 ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ରାଜ୍ୟସରକାରଙ୍କ ନୂଆ sop ଅନୁଯାଇ ନୂଆ କଟକଣା ଜାରି କରାଯାଇଛି l ଶ୍ରୀମନ୍ଦିରରେ ପ୍ରତିଦିନ ଭକ୍ତ ଓ ଶ୍ରାଦ୍ଧଳୁଙ୍କ ପ୍ରବଳ ଭିଡ ହେଉଥିବା ବେଳେ ବେଳାଭୂମି ସମେତ ଜିଲ୍ଲାର ବିଭିନ୍ନ ତୀର୍ଥ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ପର୍ଯ୍ୟଟକଙ୍କ ଗହଳି ଲାଗୁଛି l

ପୁରୀରେ କୋଭିଡ ଗାଇଡ଼ ଲାଇନ ବ୍ୟବସ୍ଥା ସମୀକ୍ଷା କଲେ ଜିଲ୍ଲାପାଳ

ଶ୍ରୀମନ୍ଦିରକୁ ନେଇ ଖୁବଶୀଘ୍ର ବୈଠକ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଦୁଇ ଥର ଓମିକ୍ରନ ସ୍ଥିତି ନେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ଏହାପରେ ପ୍ରଶାସନ ଅଧିକ ତତ୍ପର ହୋଇଛି l ଆସନ୍ତା କାଲି ରାତି 9ଟାରୁ ନାଇଟ କର୍ଫ୍ୟୁ ଲାଗୁହେବ । ପୁରୀ ସହରବାସୀଙ୍କ ସହ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମନେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛିନ୍ତି l ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି l ଶ୍ରୀମନ୍ଦିର ପାଇଁ କିଭଳି କୋଭିଡ ଗାଇଡ଼ ଲାଇନକୁ ଆହୁରି ସୁଦୃଢ କରିହେବ ସେନେଇ ଶୁକ୍ରବାର ଏକ ବୈଠକ କାର୍ଯ୍ୟକ୍ରମ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.