ETV Bharat / state

ବର୍ଦ୍ଧିତ ତୈଳ ଦରକୁ ବିରୋଧ, ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କ ନୀରବ ପ୍ରତିବାଦ

author img

By

Published : Mar 2, 2021, 11:09 AM IST

Updated : Mar 2, 2021, 2:46 PM IST

ବର୍ଦ୍ଧିତ ତୈଳ ଦରକୁ ବିରୋଧ, ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କ ନୀରବ ପ୍ରତିବାଦ
ବର୍ଦ୍ଧିତ ପେଟ୍ରୋଲ ଦରକୁ ବିରୋଧ, ବ୍ରହ୍ମଗିରିରେ ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କ ନିରବ ପ୍ରତିବାଦ

ଦେଶରେ ଲଗାତାର କିଛି ଦିନ ହେବ ବଢିବାରେ ଲାଗିଛି ପେଟ୍ରୋଲ ଦର । ଯାହାକୁ ନେଇ ଅନେକ ଦୈନନ୍ଦିନ ସାମଗ୍ରୀ ଦର ବୃଦ୍ଧି ପାଉଛି । ଫଳରୋ ଅନେକ ସମସ୍ୟା ଭୋଗୁଛନ୍ତି ସାଧାରଣ ଖାଉଟି । ଅଧିକ ପଢନ୍ତୁ...

ପୁରୀ: ଦେଶରେ ପେଟ୍ରୋଲର ଅହେତୁକ ଦର ବୃଦ୍ଧି ନେଇ ବ୍ରହ୍ମଗିରିରେ ନୀରବ ପ୍ରତିବାଦ। ପ୍ରତିଦିନ ହୁହୁ ହୋଇ ବଢିଚାଲିଛି ପେଟ୍ରୋଲ ଦର । ଫଳରେ ସଧାରଣ ଖାଉଟି ସାମଗ୍ରୀ ଦର ବୃଦ୍ଧି ପାଇଛି। ଯାହାକୁ ନେଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର 57ଟି ପଞ୍ଚାୟତର ଯୁବ ଓ ଛାତ୍ର ବିଜେଡ଼ି କର୍ମୀ ଏହି ପ୍ରତିବାଦ କରିଛନ୍ତି।

ବର୍ଦ୍ଧିତ ତୈଳ ଦରକୁ ବିରୋଧ, ଯୁବ ଓ ଛାତ୍ର ବିଜେଡ଼ି କର୍ମୀଙ୍କ ନୀରବ ପ୍ରତିବାଦ

କେନ୍ଦ୍ର ସରକାର ଏଥିରେ ନୀରବ ହୋଇ ରହିଥିବା ଅଭିଯୋଗ କରିବା ସହ ତୁରନ୍ତ ପେଟ୍ରୋଲ ଦର ହ୍ରାସ ପାଇଁ ବିଜେଡ଼ି ନେତା ସଂଜୟ ଦାସବର୍ମାଙ୍କ ଆହ୍ୱାନ କ୍ରମେ ଏହି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ହାତରେ ବ୍ୟାନର ଓ ପୋଷ୍ଟର ଧରି ନିରବ ପ୍ରତିବାଦ କରାଯାଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated :Mar 2, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.