ETV Bharat / state

ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ନାକଚ ହେଲା ଆପ୍ ପ୍ରାର୍ଥୀଙ୍କ ନାମାଙ୍କନ

author img

By

Published : Jan 23, 2022, 7:14 AM IST

ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ନାକଚ ହେଲା ଆପ୍ ପ୍ରାର୍ଥୀଙ୍କ ନାମାଙ୍କନ
ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ନାକଚ ହେଲା ଆପ୍ ପ୍ରାର୍ଥୀଙ୍କ ନାମାଙ୍କନ

ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ନାକଚ ହେଲା ଆପ୍ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର । ଅଧିକ ପଢନ୍ତୁ

ପୁରୀ: ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ୩୦ ନମ୍ୱର ଜିଲ୍ଲା ପରିଷଦ ଜୋନ୍ ପାଇଁ ଆପ୍ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି ।

ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ନାକଚ ହେଲା ଆପ୍ ପ୍ରାର୍ଥୀଙ୍କ ନାମାଙ୍କନ

ସେହିପରି ପୁରୀ ସଦର ୨୬ ନମ୍ୱର ଜିଲ୍ଲା ପରିଷଦ ଜୋନ୍ ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇଥିବା କଂଗ୍ରେସ ଅଭିଯୋଗ ଆଣିଛି । ଏନେଇ ଉପଜିଲ୍ଲାପାଳ ନିକଟରେ ଅଭିଯୋଗ କରାଯିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି କହିଛି କଂଗ୍ରେସ । ସେହିପରି କଣାସ ଜିଲ୍ଲା ପରିଷଦ 5 ନମ୍ବର ଜୋନ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରସନ୍ନ ପାଇକରାୟଙ୍କ ଦଳୀୟ ଟିକେଟ ଗ୍ରହଣ କରାଯାଇନାହିଁ ।

ସେ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଟିକେଟ ଦେଇଥିବାରୁ ତାହା ଗ୍ରହଣ କରାଯାଇନାହିଁ । ନିୟମ ଅନୁଯାୟୀ ପୂର୍ବାହ୍ନ ୧୧ ଟାରୁ ୩ଟା ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ଟିକେଟ ଗ୍ରହଣ କରାଯାଇପାରିବ । ହେଲେ ଉପଜିଲ୍ଲାପାଳ ଏହା ଶୁଣିନଥିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଗତକାଲି ସୁଦ୍ଧା ପୁରୀ ଜିଲ୍ଲାର ୩୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ୧୬୪ ଜଣ ପ୍ରାର୍ଥୀ ନାମାଙ୍କନ ପାତ୍ର ଦାଖଲ କରିଥିଲେ ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.