ETV Bharat / state

କୋଣାର୍କ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା; ମନମୋହିଲା ଓଡିଶୀ ଓ ସତରିୟା

author img

By

Published : Dec 2, 2021, 9:24 PM IST

କୋଣାର୍କ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା ; ଓଡିଶୀ ଓ ସତରିୟା ନୃତ୍ୟ ହେଲା ପରିବେଷଣ
କୋଣାର୍କ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା ; ଓଡିଶୀ ଓ ସତରିୟା ନୃତ୍ୟ ହେଲା ପରିବେଷଣ

କୋଣାର୍କ ମହୋତ୍ସବର ଗୁରୁବାର ଦ୍ବିତୀୟ ସନ୍ଧ୍ୟା । କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ସତରୀୟା ନୃତ୍ୟ ହେଲା ପରିବେଷଣ । ଗୌହାଟିର ଅଭିନୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏହି ନୃତ୍ୟ ପରିବେଷଣ କରାଯାଇଛି। ଅଧିକ ପଢିନ୍ତୁ

ପୁରୀ: କୋଣାର୍କ ମହୋତ୍ସବର ଗୁରୁବାର ଦ୍ବିତୀୟ ସନ୍ଧ୍ୟା । କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ସତରୀୟା ନୃତ୍ୟ ପରିବେଷଣ ହୋଇଛି। ଗୌହାଟିର ଅଭିନୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏହି ନୃତ୍ୟ ପରିବେଷଣ କରାଯାଇଛି। ବିଶିଷ୍ଟ ନୃତ୍ୟ ଶିଳ୍ପୀ ଅନିତା ଶର୍ମା ଏହି ଗ୍ରୁପରେ ରହିଛନ୍ତି । ପରେ ମଞ୍ଚରେ ଦ୍ବିତୀୟ ନୃତ୍ୟ ଭାବେ ଓଡିଶୀ ପରିବେଷଣ ହୋଇଛି ।

କୋଣାର୍କ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା ; ଓଡିଶୀ ଓ ସତରିୟା ନୃତ୍ୟ ହେଲା ପରିବେଷଣ

ଭୁବନେଶ୍ୱରର ନୁପୁର ଅନୁଷ୍ଠାନ ପକ୍ଷରୁ ଏହା ପରିବେଷଣ ହୋଇଛି । ବିଶିଷ୍ଟ ନୃତ୍ୟ ଶିଳ୍ପୀ ନିରଞ୍ଜନ ରାଉତ ଏଥିରେ ସାମିଲ ହୋଇଛନ୍ତି। କୋଭିଡ କଟକଣା ଭିତ୍ତିରେ ଅଳ୍ପ ଦର୍ଶକରେ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋଣାର୍କ ମହୋତ୍ସବକୁ ଉଦଘାଟନ କରିଥିଲେ

। ଆସନ୍ତା 5 ତାରିଖ ଯାଏ ଏହା ଚାଲିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.