ETV Bharat / state

ମାଛଧରାରୁ ମହାଭାରତ, ଦୁଇ ଗୋଷ୍ଠୀର ସଂଘର୍ଷରେ 10 ଆହତ

author img

By

Published : Sep 4, 2021, 7:51 PM IST

ମାଛଧରାରୁ ମହାଭାରତ, ଦୁଇ ଗୋଷ୍ଠୀର ସଂଘର୍ଷରେ 10 ଆହତ
ମାଛଧରାରୁ ମହାଭାରତ, ଦୁଇ ଗୋଷ୍ଠୀର ସଂଘର୍ଷରେ 10 ଆହତ

ଗାଁ ପୋଖରୀରେ ମାଛ ଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । 10 ଆହତ । ଅଧିକ ପଢନ୍ତୁ..

ବ୍ରହ୍ମଗିରି: ମାଛ ଧରାରୁ ମହାଭାରତ । ଗାଁ ପୋଖରୀରେ ମାଛଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ସଂଘର୍ଷରେ ଉଭୟ ଗୋଷ୍ଠୀର 10 ଜଣ ଗୁରୁତର । ପୁରୀ କୃଷ୍ଣପ୍ରସାଦ ଥାନା ଝାରକଟା ଗ୍ରାମରେ ଘଟିଛି ଏହି ଅଭାବନୀୟ କାଣ୍ଡ । ଆହତମାନଙ୍କୁ ଚିଲିକା ନୂଆପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିଛି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କୃଷ୍ଣପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ପଞ୍ଚାୟତ ଦ୍ବାରା ଝାରକଟା ଗ୍ରାମ ପୋଖରୀକୁ ନିଲାମ ଦିଆଯାଉଥିଲା । ନିଲାମ ଅର୍ଥକୁ ଗ୍ରାମର ବଡ ସାହି ଓ ସାନ ସାହି ମଧ୍ୟରେ ବଣ୍ଟନ ହେଉଥିଲା । ହେଲେ କିଛି ବର୍ଷ ହେବ ପୋଖରୀକୁ ନିଲାମ ଦିଆଯାଉ ନାହିଁ । ସାନ ସାହି ପୋଖରୀକୁ ବ୍ୟବହାର କରି ଆସୁଥିବାବେଳେ ଶନିବାର ବଡ ସାହି ଗୋଷ୍ଠୀ ପୋଖରୀରୁ ମାଛ ଧରିଥିଲେ । ଏହି ସମୟରେ ଅପର ଗୋଷ୍ଠୀ ସେମାନଙ୍କୁ ବିରୋଧ କରିଥିଲେ । ଆଉ ଏହି ବିରୋଧରୁ ହିଁ ଆରମ୍ଭ ହୋଇଥିଲା ସଂଘର୍ଷ ।

ମାଛଧରାରୁ ମହାଭାରତ, ଦୁଇ ଗୋଷ୍ଠୀର ସଂଘର୍ଷରେ 10 ଆହତ

ଉଭୟ ସାହି ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଉଭୟ ଗୋଷ୍ଠୀର 10 ଜଣ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ସେଠାରେ ପହଞ୍ଚି ତଦନ୍ତ କରୁଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.