ETV Bharat / state

ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ଜାନୁଆରୀ ପହିଲାରୁ ଡ୍ରେସକୋଡ ନିୟମ କଡ଼ାକଡ଼ି

author img

By ETV Bharat Odisha Team

Published : Dec 25, 2023, 3:42 PM IST

Updated : Dec 25, 2023, 4:07 PM IST

Dress code for Sri Mandir: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ ଲାଗୁ ପ୍ରସଙ୍ଗ । ନୂଆ ବର୍ଷ ପହିଲାରୁ କଡ଼ାକଡ଼ି ଲାଗୁ ହେବ ନିୟମ । ଅଧିକ ପଢନ୍ତୁ

Dress code for Sri Mandir
Dress code for Sri Mandir

ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ଜାନୁଆରୀ ପହିଲାରୁ ଡ୍ରେସକୋଡ ନିୟମ କଡ଼ାକଡ଼ି

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ଲାଗି ଡ୍ରେସକୋଡ ପ୍ରସଙ୍ଗ । ଆସନ୍ତା ଜାନୁଆରୀ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବ । ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଗତ ୨ ମାସ ହେବ ଭକ୍ତଙ୍କୁ ସଚେତନ କରାଯାଇଥିବା ବେଳେ ସ୍ବଳ୍ପ ବ୍ୟକ୍ତି ଏହାକୁ ମାନୁନଥିବା ନଜିର ରହିଛି । କିନ୍ତୁ ଆସନ୍ତା ନୂଆବର୍ଷରୁ ସମସ୍ତଙ୍କ ପାଇଁ ନିୟମ ଲାଗୁ ହେବ । ପୋଲିସ, ସେବାୟତ ଭକ୍ତ ଅଟକାଇ ସଚେତନ କରାଇବେ ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିରକୁ ଆସୁଥିବା ପୁରୁଷମାନେ ଧୋତି, ପଞ୍ଜାବୀ, କୁର୍ତ୍ତା ଓ ମହିଳାମାନେ ଶାଢୀ, ସଲୱାର କାମିଜି, କୁର୍ତ୍ତା ଅଥବା ଶରୀର ସମ୍ପୂର୍ଣ୍ଣ ଘୋଡାଇବା ଭଳି ପାରମ୍ପାରିକ ପୋଷାକ ପିନ୍ଧି ଆସିବାକୁ ପଡ଼ିବ । ଗତ ୨ ମାସ ହେବ ଏ ନେଇ ଭକ୍ତଙ୍କୁ ସଚେତନ କରାଯିବା ପରେ ଏହି ଡ୍ରେସ ନିୟମ ଆସନ୍ତା ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ତେବେ ଇତିମଧ୍ୟରେ ଅନେକ ଭକ୍ତ ସଚେତନ ହୋଇ ସାରିଲେଣି । ତେବେ ଆସନ୍ତା ନୂଆବର୍ଷରୁ ସମସ୍ତଙ୍କ ପାଇଁ ନିୟମ ଲାଗୁ ହେବ । ପୋଲିସ, ସେବାୟତ ଭକ୍ତ ଅଟକାଇ ସଚେତନ କରାଇବେ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ; ସମର୍ଥନ କଲେ ଭକ୍ତ

ସେପଟେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଆସିବାକୁ ସମର୍ଥନ କରିଛନ୍ତି ଭକ୍ତ । ଶ୍ରୀମନ୍ଦିର ହେଉଛି ଏକ ଆଧ୍ୟାତ୍ମିକ ପୀଠ । ଏଠାକୁ ଆସିଥିବା ଭକ୍ତ ଭକ୍ତି ଭାବରେ ଆସିଥାଏ । ଯଦି ଭକ୍ତମାନେ ଆଧୁନିକ ଛୋଟ ଡ୍ରେସ ପିନ୍ଧିକି ଆସିବେ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ବାତାବରଣ କ୍ଷୁର୍ଣ୍ଣ ହେବ । ଏଣୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶରୀର ଘୋଡାଇ ହେବାଭଳି ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଆସିବା ଉଚିତ ବୋଲି ଅନେକ ଭକ୍ତ ମତ ରଖିଛନ୍ତି । ବିଶେଷ କରି ଯୁବପୀଢ଼ି ଯେଭଳି ହାଫ୍ ପ୍ୟାଣ୍ଟ, ଚିରାଫଟା ଡିଜାଇନ ଜିନ୍ସ, ଛୋଟ ଡ୍ରେସ ପିନ୍ଧି ଆସୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଭଗବାନଙ୍କ ନିକଟକୁ ଆସିବାକୁ ହେଲେ ଶୁଦ୍ଧପୁତ ଭାବେ ଭଲ ପୋଷାକ ପିନ୍ଧି ଆସିଲେ ମନ ପ୍ରସନ୍ନ ରହେ । ମନରେ ଭକ୍ତିଭାବ ଅଧିକ ରହେ । ଏଣୁ ଏହି ନିୟମ ସମସ୍ତେ ମାନିବାକୁ ଭକ୍ତମାନେ ମତ ଦେଇଛନ୍ତି ।

ଏହା ବି ପଢନ୍ତୁ- Dress Code For Sri Mandir: 'ପ୍ରଥମେ ନୀତିକାନ୍ତି ଶୃଙ୍ଖଳିତ କରନ୍ତୁ, ତାପରେ ପୋଷାକରେ ଶାଳୀନତା'

ଅନ୍ୟପଟେ ନୂଆବର୍ଷରୁ ଭକ୍ତଙ୍କ ପୋଷାକ ପିନ୍ଧିବା ଉପରେ ଗାଇଡ ଲାଇନକୁ ସମର୍ଥନ କରିଛନ୍ତି ସେବାୟତ । ମହାପ୍ରଭୁ ହେଉଛନ୍ତି ସାରା ବିଶ୍ଵର ଦେବତା । ତାଙ୍କ ନିକଟକୁ ଆସିବା ବେଳେ ମନରେ ଭକ୍ତି ଭାବନା ସହ ଭଲ ପୋଷାକ ଶୁଦ୍ଧପୂତ ଭାବେ ଆସିବା ଉଚିତ । ପାରମ୍ପାରିକ ଡ୍ରେସ ପିନ୍ଧି ଆସିବା ଉଚିତ । ଏହାଦ୍ବାରା ମନରେ ଭକ୍ତି ଭାବନା ବଢିବା ସହ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ । ତେବେ ପୋଷାକ କଟକଣା ନେଇ ସବୁ ଭକ୍ତ ସଚେତନ ହୋଇ ସାରିଥିବା ବେଳେ ଅଳ୍ପ କିଛି ଭକ୍ତ ଏହାକୁ ମାନୁନାହାନ୍ତି । ତେବେ ସେବାୟତ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ଆହୁରି ସଚେତନ କରାଯିବ । ତେବେ ନୂଆ ବର୍ଷରୁ ସବୁ ଭକ୍ତ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଭକ୍ତମାନେ ଆସିବାକୁ ସେବାୟତ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Dec 25, 2023, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.