ETV Bharat / state

ଆରାମରେ ଦିବ୍ୟାଙ୍ଗ କରିବେ ଶ୍ରୀମନ୍ଦିର ଦର୍ଶନ, ହୁଇଲ ଚେୟାର ଦେଲା ସେଣ୍ଟର ଫର ଆକ୍ସନ

author img

By

Published : Nov 26, 2021, 9:14 PM IST

ଶ୍ରୀମନ୍ଦିର ପରିକ୍ରମା ପାଇଁ ହୁଇଲ ଚେୟାର ପ୍ରଦାନ କଲା ସେଣ୍ଟର ଫର ଆକ୍ସନ
ଶ୍ରୀମନ୍ଦିର ପରିକ୍ରମା ପାଇଁ ହୁଇଲ ଚେୟାର ପ୍ରଦାନ କଲା ସେଣ୍ଟର ଫର ଆକ୍ସନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ପୁରୀର ସାମାଜିକ ଅନୁଷ୍ଠାନ ସେଣ୍ଟର୍ ଫର୍ ଆକ୍ସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ପୁରୀର ସାମାଜିକ ଅନୁଷ୍ଠାନ ସେଣ୍ଟର୍ ଫର୍ ଆକ୍ସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସମ୍ମୁଖ ରାଧାବଲ୍ଲଭ ମଠ ପାଖରେ ୧୦ ଗୋଟି ହୁଇଲ୍ ଚେୟାରର ଉଦଘାଟିତ ହୋଇଛି । ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମାନେ ହୁଇଲ ଚେୟାରରେ ବସି ସହଜରେ କିଭଳି ଶ୍ରୀମନ୍ଦିର ପରିକ୍ରମା କରିପାରିବେ ସେନେଇ ଅନୁଷ୍ଠାନ ପକ୍ଷରୁ ନିଶୁଳ୍କରେ ଏହି ବ୍ୟବସ୍ଥା କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପାଇଁ ହୁଇଲ ଚେୟାର ପ୍ରଦାନ କଲା ସେଣ୍ଟର ଫର ଆକ୍ସନ

ତେବେ ଶ୍ରୀମନ୍ଦିର ଚତୁପାର୍ଶ୍ବ ପରିକ୍ରମା ପାଇଁ ସେଣ୍ଟର୍ ଅଫ୍ ଆକ୍ସନ ପକ୍ଷରୁ ଏଭଳି ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଥିବାରୁ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମାନେ ଖୁସି ପ୍ରକଟ କରିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ହୁଇଲ ଚେୟାର ଯୋଗାଇ ଦିଆଯିବ ବୋଲି ସେଣ୍ଟର ଫର ଆକ୍ସନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.