ETV Bharat / state

କୋଣାର୍କ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା, ମନମୋହିଲା ମଣିପୁରୀ-ଓଡିଶୀ ନୃତ୍ୟ

author img

By

Published : Dec 2, 2020, 10:38 PM IST

2nd day of Konark Dance & Music Festival
କୋଣାର୍କ ନୃତ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟା, ମନମୋହିଲା ମଣିପୁରୀ- ଓଡିଶୀ ନୃତ୍ୟ

ବୁଧବାର କୋଣାର୍କ ଉତ୍ସବର ଦିତୀୟ ସନ୍ଧ୍ୟାରେ ମନମୋହିଲା ମଣିପୁରୀ ଓ ଓଡିଶୀ ନୃତ୍ୟ । ଅଧିକ ପଢନ୍ତୁ...

ପୁରୀ: ବୁଧବାର କୋଣାର୍କ ଉତ୍ସବର ଦିତୀୟ ସନ୍ଧ୍ୟାରେ ମନମୋହିଲା ମଣିପୁରୀ ଓ ଓଡିଶୀ ନୃତ୍ୟ ପ୍ରଦର୍ଶନ । ପ୍ରଥମେ ମଞ୍ଚରେ ପ୍ରସିଦ୍ଧ ମଣିପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । କୋଲକାତାରୁ ଆସିଥିବା ବିମ୍ବାବତୀ ଦେବୀ ଗ୍ରୁପ ପକ୍ଷରୁ ଏହି ନୃତ୍ୟ ପରିବେଷଣ ହୋଇଥିଲା ।

କୋଣାର୍କ ନୃତ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟା, ମନମୋହିଲା ମଣିପୁରୀ- ଓଡିଶୀ ନୃତ୍ୟ

ପରେ ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା । ବାଙ୍ଗାଲୁରୁ ଶର୍ମିଳା ମୂଖାର୍ଜୀଙ୍କ ଗ୍ରୁପ ଏହି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଯାହା ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ଥିଲା । କୋଭିଡ କଟକଣା ଭିତ୍ତିରେ ସୀମିତ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ବେଳେ ରଙ୍ଗୀନ ଆଲୋକ ମାଳାରେ କୋଣାର୍କ ରଙ୍ଗ ମଞ୍ଚ ସଜେଇ ହୋଇଥିଲା ।

ଆସନ୍ତାକାଲି ତୃତୀୟ ଦିନରେ ଓଡିଶୀ ସମେତ କୁଚୁପୁଡି ନୃତ୍ୟ ପରିବେଷଣ ହେବ । ଡିସେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା କୋଣାର୍କ ନୃତ୍ୟୋତ୍ସବ ଆସନ୍ତା 5 ତାରିଖରେ ଉଦଯାପିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.