ETV Bharat / state

ବଜ୍ରାଘାତରେ 15 ମେଣ୍ଢା ମୃତ, ଚରାଳୀ ଗୁରୁତର

author img

By

Published : Aug 13, 2020, 10:37 PM IST

ବଜ୍ରାଘାତରେ ଜଣେ ଆହତ, 15 ମେଣ୍ଢା ମୃତ
ବଜ୍ରାଘାତରେ ଜଣେ ଆହତ, 15 ମେଣ୍ଢା ମୃତ

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରପଡା ଗ୍ରାମର ତ୍ରିନାଥ ବେହେରା ଗାଁ ପାଖ ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ 15 ମେଣ୍ଢାଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରପଡା ଗ୍ରାମର ତ୍ରିନାଥ ବେହେରା ଗାଁ ପାଖ ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ବଜ୍ରପାତ । ବଜ୍ରାଘାତରେ 15ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଆହତ ହୋଇଛନ୍ତି ।

ଗୁରୁତର ତ୍ରିନାଥଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପୁରୀ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.