ETV Bharat / state

ଲାଞ୍ଚ ନେଇ ଧରାପଡିଲେ ଡାଟା ଅପରେଟର

author img

By

Published : Oct 12, 2022, 6:45 PM IST

ଲାଞ୍ଚ ନେଉଥିବା ବେଳେ ଡାଟା ଅପରେଟରଙ୍କୁ ମାଡି ବସିଲା ଭିଜିଲାନ୍ସ
ଲାଞ୍ଚ ନେଉଥିବା ବେଳେ ଡାଟା ଅପରେଟରଙ୍କୁ ମାଡି ବସିଲା ଭିଜିଲାନ୍ସ

ଲାଞ୍ଚ ନେଇ ଧରାପଡିଲେ ଡାଟା ଅପରେଟର । ନୂଆପଡା ଜିଲ୍ଲା ଖଡ଼ିଆଳ ତହସିଲ ଅଫିସରେ କାର୍ଯ୍ୟରତ ଡାଟା ଅପରେଟର 30ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗରିଫ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

ନୂଆପଡା: ଭିଜିଲାନ୍ସ ଜାଲରେ ଧରା ପଡିଲେ ଡାଟା ଅପରେଟର । ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଅପରେଟର 30ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗରିଫ କରିଛି ଭିଜିଲାନ୍ସ । ଗିରଫ ଡାଟା ଅପରେଟରଙ୍କ ନାମ ଭୋଳା ମହେଶ୍ବର ଦଣ୍ଡସେନା ବୋଲି ଜଣାପଡିଛି ।

  • Today, Sri Bholamaheswar Dandasena, Data Entry Operator, O/o Tahasildar, Khariar, Nuapada has been apprehended by #Odisha #Vigilance while demanding & accepting #bribe of Rs.30,000/- for processing applications for issuance of residential certificates in favour of 15 persons.

    — Odisha Vigilance (@OdishaVigilance) October 12, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ ଭୋଳା ମହେଶ୍ବର ଦଣ୍ଡସେନା ନୂଆପଡା ଜିଲ୍ଲା ଖଡ଼ିଆଳ ତହସିଲ କାର୍ଯ୍ୟାଳୟରେ ଡାଟା ଅପରେଟର ଭାବରେ କାର୍ଯ୍ୟରତ ଅଟନ୍ତି । ଖଡ଼ିଆଳ ତହସିଲ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମର ନିତ୍ୟା ହିଆଲ ସମେତ 15 ଜଣ ହିତାଧିକାରୀ ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ବହୁ ଦିନରୁ ଆବେଦନ କରିଥିଲେ । ତେବେ ଏହାର ଫାଇଦା ଉଠାଇ ଥିଲେ ତହସିଲ କାର୍ଯ୍ୟାଳୟର ଡାଟା ଅପରେଟର ଭୋଳା ମହେଶ୍ବର ଦଣ୍ଡସେନା ।

ଏହା ମଧ୍ୟ ପଢନ୍ତୁ: ଲାଞ୍ଚ ନେଇ ପୌରାଧ୍ୟକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର

ଡାଟା ଅପରେଟର ଭୋଳା ମହେଶ୍ବର ଦଣ୍ଡସେନା ରେସିଡେଣ୍ଟ ସାର୍ଟିଫିକେଟ ଆବେଦନକାରୀଙ୍କୁ ଜଣକା ପିଛା ୨ ହଜାର ଟଙ୍କା ଦାବି କରିଥିଲେ । ତେବେ ୧୫ ଜଣଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ତହସିଲ କାର୍ଯ୍ୟାଳୟର ଡାଟା ଅପରେଟର । ଏନେଇ ନିତ୍ୟା ହିଆଲ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ସଂପୃକ୍ତ ଡାଟା ଅପରେଟରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଡାଟା ଅପରେଟର ଭୋଳା ମହେଶ୍ବର ଦଣ୍ଡସେନାକୁ ଟ୍ରାପ କରିବା ପାଇଁ ଭିଜିଲାନ୍ସ ଟିମ ଯୋଜନା କରିଥିଲା ।

ଚୁକ୍ତି ଅନୁସାରେ ଆଜି ୧୫ ଜଣଙ୍କ ଠାରୁ ରାଣୀମୁଣ୍ଡା ଗ୍ରାମର ନିତ୍ୟା ହିଆଲଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ଅନୁସାରେ ଘଟଣାସ୍ଥଳରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ ଆତର୍କିତ ଭାବେ ଚଢାଉ କରିଥିଲେ । ଡାଟା ଅପରେଟର ଭୋଳା ମହେଶ୍ବର ଦଣ୍ଡସେନାଙ୍କ ଠାରୁ କେମିକାଲ ବୋଳା ଯାଇଥିବା 30 ହଜାର ଟଙ୍କା ଜବତ କରିଥିଲେ । ଏହା ସହ ଭୋଳା ମହେଶ୍ବର ଦଣ୍ଡସେନାଙ୍କଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.