ETV Bharat / state

ଲାଞ୍ଚ ନେଇ ପୌରାଧ୍ୟକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର

author img

By

Published : Jul 9, 2022, 1:43 PM IST

ମାଲକାନଗିରି ପୌର ପରିଷଦରେ ରାସନ କାର୍ଡ କରିବା ପାଇଁ ଜଣେ ଡାଟା ଏଣ୍ଟ୍ରି ଅପରେଟର ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଛନ୍ତି । ଅଧିକ ପଢନ୍ତୁ

ଲାଞ୍ଚ ନେଇ ପୌରାଧ୍ୟକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର
ଲାଞ୍ଚ ନେଇ ପୌରାଧ୍ୟକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର

ମାଲକାନଗିରି: ପୁଣି ଆସିଲା ଲାଞ୍ଚ ନେବା ଅଭିଯୋଗ । ପୂର୍ବରୁ ଜୟପୁର ପୌର ପରିଷଦରେ ଜନ୍ମ ପ୍ରମାଣ ପତ୍ର କରିବା ପାଇଁ ଜଣେ କର୍ମଚାରୀ ୩୫୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ମାଲକାନଗିରି ପୌର ପରିଷଦରେ ସମାନ ଘଟଣା ସାମ୍ନାକୁ ଆସିଛି ।ମାଲକାନଗିରି ପୌର ପରିଷଦରେ ରାସନ କାର୍ଡ କରିବା ପାଇଁ ଜଣେ ଡାଟା ଏଣ୍ଟ୍ରି ଅପରେଟର ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଛନ୍ତି ।

ଲାଞ୍ଚ ନେଇ ପୌରାଧ୍ୟକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର

ସୂଚନା ଅନୁଯାୟୀ, ମାଲକାନଗିରି ପୌର ପରିଷଦରେ ପରିତୋଷ ନାମକ ଜଣେ ବ୍ୟକ୍ତି ନିଜର ରାସନକାର୍ଡ କରାଇବା ପାଇଁ ଯାଇଥିଲେ । ତେବେ ଏହି ସମୟରେ ଏହି କାର୍ଡ କରିବା ଦାୟିତ୍ଵରେ ଥିବା ଡାଟା ଏଣ୍ଟ୍ରି ଅପରେଟର ସୁକୁଦେବ ମଣ୍ଡଳ ତାଙ୍କୁ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପରିତୋଷ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଏହି ଅର୍ଥ ଦେବାକୁ ଅସମର୍ଥ ଥିବା ସତ୍ତ୍ବେ କେବଳ ରାସନକାର୍ଡ ପାଇବା ଆଶାରେ କୌଣସି ମତେ ୨୦୦୦ ଟଙ୍କା ଆଣି ଉକ୍ତ ଅପରେଟରକୁ ଦେଇଥିଲେ । ତେବେ ଏହି ଖବର ମାଲକାନଗିରି ପୌରାଧକ୍ଷ ମନୋଜ ବାରିକ ଜାଣିବା ପରେ ତୁରନ୍ତ ସେହି ସ୍ଥାନକୁ ଯାଇ ଉକ୍ତ ଡାଟା ଏଣ୍ଟ୍ରି ଅପରେଟର ଠାରୁ ୨୦୦୦ ଟଙ୍କା ଜବତ କରି ପରିତୋଷଙ୍କୁ ଫେରସ୍ତ କରିଥିଲେ । ଏହାସହ ଉକ୍ତ ଅପରେଟର ସୁକଦେବଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ପୌରାଧକ୍ଷ ମନୋଜ ବାରିକ । ତେବେ ପୌରାଧକ୍ଷ ଏଭଳି ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.