ETV Bharat / state

ଦାଦନ ଶ୍ରମିକ ଦଲାଲଙ୍କୁ ନାହିଁ ନିସ୍ତାର, ଗିରଫ ହେଲେ 16

author img

By

Published : Oct 12, 2019, 6:49 PM IST

ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି 16 ଜଣ ଶ୍ରମିକ ଦଲାଲଙ୍କୁ ଗିରଫ କରିଛି । ନୂଆପଡା ଏସପି ବୀନିତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ............

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା

ନୂଆପଡା: ଏସପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ବଡ ଖୁଲାସା କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 16 ଜଣ ଦାଦନ ଶ୍ରମିକ ଦଲାଲକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କାରାଯାଇଛି ।

ନୂଆପୋଡା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ଦାଦନ ଶ୍ରମିକ ଚାଲାଣକାରୀଙ୍କୁ ଗିରଫ କରିଛି । ଜିଲ୍ଲାର ପାଞ୍ଚଟି ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା । ଗିରଫ ଶ୍ରମିକ ଚାଲାଣକାରୀ ମାନେ ହେଲେ କୁନାଲ ତାଣ୍ଡି , ହିତେଶ କୁମାର , ପରମାନନ୍ଦ ମେହେର , ନରେନ୍ଦ୍ର ସିଂ ଠାକୁର, ଅଭିରାମ ପଟେଲ , ନିରଞ୍ଜନ ଗହୀର, ମୁକେଶ ଚନ୍ଦ୍ରକାର, ଲଷ୍ମୀ ନାରାୟଣ ଚନ୍ଦ୍ରକାର, ମୁଜିନ ଖାଁ ଓ ଅଜୟ କୁମାର ସାହୁ ।

ସୂଚନ ଅନୁଯାୟୀ ଗତ କିଛିଦିନ ତଳେ ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ଚମରୁ ପହରିଆର ହାତ ଏବଂ ଗୋଡ଼ର ଆଙ୍ଗୁଳି କାଟିଦେଇଛନ୍ତି ଦଲାଲ । ଶ୍ରମିକ ଦଲାଲ ଡୋଳାମଣି ସତନାମୀ ଏବଂ ବିଦେଶୀ ସୁନାନୀ ନାମରେ କୋମନା ଥାନାରେ ଅଭିଯୋଗ ହୋଇଛି । ଶ୍ରମିକର ଏଭଳି ଦୁଃଖଦ ଘଟଣାକୁ ଜିଲ୍ଲାବ୍ୟାପୀ ନିନ୍ଦା କରାଯାଇଛି । ଘଟଣାକୁ ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନର ଧମକ ଦେଇଛନ୍ତି । ଏହାପରେ ନୂଆପଡା ପୋଲିସ ପ୍ରଶାସନ ଚେଇଁ ଉଠି ଆକ୍ସନ ମୋଡ଼କୁ ଆସିଛି । ଆଗକୁ ନୂଆପଡା ଜିଲ୍ଲାର ଦାଦନ ଶ୍ରମିକଙ୍କୁ ପୋଲିସ ଏବଂ ଜିଲ୍ଲାପ୍ରଶାସନ କେତେ ସୁରକ୍ଷା ଦେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ଆଜି ନୂଆପଡା ଜ଼ୀଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ସାମ୍ୱାଦିକ ସମ୍ମିଳନୀ ରେ ବଡ ଖୋଳାସା କରିଛନ୍ତି । ଜ଼ୀଲ୍ଲାର ବିଭିନ୍ନ ଅଞ୍ଚଳରୁ 16 ଜଣ ବେଆଇନ ଦାଦନ ଶ୍ରମିକ ଦଲାଲ କୁ ଗିରଫ କରିଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କାରାଯାଇଛି । ଗିରଫ ବେଆଇନ ଦାଦନ ଶ୍ରମିକ ଚାଲାଣ କାରୀ ଡାଲଲ ମାନଙ୍କ ମଧ୍ୟରୁ ଖଡ଼ିଆଳ ଛେଳିଆପଡାର କୁନାଲ ତାଣ୍ଡି , ବିଜେପୁର ର ହିତେଶ କୁମାର , କିରିକିଟା ର ପରମାନନ୍ଦ ମେହେର , ବୋଡେ଼ନ ବ୍ଲକ ର ବାଗବାହାଲ ଗାଁର ନରେନ୍ଦ୍ର ସିଂ ଠାକୁର, ସିନାପାଲି ଅଭିରାମ ପଟେଲ , ନିରଞ୍ଜନ ଗହୀର, ବେଳଟୁକୁରି ଗାଁର ମୁକେଶ ଚନ୍ଦ୍ରକାର, ନିଲକମଲ ଚନ୍ଦ୍ରକାର, ଲଷ୍ମୀ ନାରାୟଣ ଚନ୍ଦ୍ରକାର, କୋମନା ଗାଁର ମୁଜିନ ଖାଁ, ଅଜୟ କୁମାର ସାହୁ ଏଭଳି ଜ଼ୀଲ୍ଲାର ପାଞ୍ଚ ଗୋଟି ଥାନା ରୁ 16 ଜଣ ଶ୍ରମିକ ଦଲାଲ କୁ ଗିରଫ କରିଛି ନୂଆପଡା ପୋଲିସ । ଆଜି ଦଲାଲ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଶୁଚନା ମତେ ଗତ କିଛିଦିନ ହେଲା ଦାଦନ ଶ୍ରମିକ ଟିକ୍ରାପଡ଼ା ଗାଁର ଚମରୁ ପହରିଆ ର ହାତ ଏବଂ ଗୋଡ଼ର ଆଙ୍ଗୁଳି କାଟିଦେଇଛି ଶ୍ରମିକ ଦଲାଲ ଡୋଳାମଣି ସତନାମୀ ଏବଂ ବିଦେଶୀ ସୁନାନୀ ବୋଲି କୋମନା ଥାନାରେ ଅଭିଯୋଗ ହୋଇଛି । ଶ୍ରମିକର ଏଭଳି ଦୁଃଖଦ ଘଟଣାକୁ ଜ଼ୀଲ୍ଲା ବ୍ୟାପି ନିନ୍ଧା କରାଯାଉଛି । ଘଟଣା କୁ ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନର ଧମକ ଦେବାରୁ ଆଜି ନୂଆପଡା ପୋଲିସ ପ୍ରଶାସନ ଚେଇଁ ଉଠି ଏକ୍ସସନ ମୋଡ଼ କୁ ଆସିଛି । ଆଗକୁ ନୂଆପଡା ଜ଼ୀଲ୍ଲାର ଦାଦନ ଶ୍ରମିକ ଙ୍କୁ ପୋଲିସ ଏବଂ ଜ଼ୀଲ୍ଲାପ୍ରଶାସନ କେତେ ସୁରକ୍ଷା ଦେଉଛି ତହିଁରେ ନଜର ।
byte-ବିନୀତ ଅଗ୍ରୱାଲ (sp nuapada)Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.